ହୋମ୍‌ଗାର୍ଡ ଚାକିରି : ଶାରୀରିକ ପରୀକ୍ଷାରେ ଅସୁସ୍ଥ ଯୁବକ ମୃତ

ହୋମ୍‌ଗାର୍ଡ ଚାକିରି : ଶାରୀରିକ ପରୀକ୍ଷାରେ ଅସୁସ୍ଥ ଯୁବକ ମୃତ

ହୋମଗାର୍ଡ ଚାକିରିର ଶାରୀରିକ ପରୀକ୍ଷା ବେଳେ ଯୁବକ ମୃତ । ଗଞ୍ଜାମ ଜିଲ୍ଲା ଅଧୀନରେ ଛତ୍ରପୁରସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ହୋମଗାର୍ଡ ପାଇଁ ଶାରୀରିକ ପରିକ୍ଷା ଚାଲିଥିବା ବେଳେ ପରୀକ୍ଷାର୍ଥୀ ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧୀନ ତୁଳସୀପଲ୍ଲୀ ଅଞ୍ଚଳର ଶିବରାମ ପ୍ରଧାନ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଉପଖଣ୍ଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।