ଏହି ଦିନ ଖାତାକୁ ଆସିବ ସୁଭଦ୍ରା ୩ୟ କିସ୍ତି ଟଙ୍କା

ଏହି ଦିନ ଖାତାକୁ ଆସିବ ସୁଭଦ୍ରା ୩ୟ କିସ୍ତି ଟଙ୍କା

ଭୁବନେଶ୍ୱର:  ସୁଭଦ୍ରା ଯୋଜନାର ୩ୟ କିସ୍ତି ଆସନ୍ତା ରାଖୀ ପୂର୍ଣ୍ଣିମା ଅଗଷ୍ଟ ୯ରେ ହିତାଧିକାରୀମାନଙ୍କୁ ମିଳିବ। ଉନ୍ନୟନ କମିଶନର ଅନୁ ବର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ସୁଭଦ୍ରା ସୋସାଇଟିର ୪ର୍ଥ ପରିଚାଳନା ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ସୁଭଦ୍ରା ଯୋଜନାର ଅଦ୍ୟାବଧି ପ୍ରଶାସନିକ ଓ ଆନୁଷଙ୍ଗିକ ଖର୍ଚ୍ଚକୁ ମଧ୍ୟ ଏହି ବୈଠକରେ ଅନୁମୋଦନ ଦିଆଯାଇଛି।

ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ଆଡମିନିଷ୍ଟ୍ରେଶନ ନୂଆଦିଲ୍ଲୀ ଦ୍ୱାରା ଓଡ଼ିଶାର ଜିଲାଗୁଡିକରେ ସୁଭଦ୍ରାର ପ୍ରଭାବ ବିଷୟରେ ହେବାକୁ ଥିବା ଅଧ୍ୟୟନର ପ୍ରସ୍ତୁତି ଓ ପ୍ରକ୍ରିୟା ଉପରେ ଉପସ୍ଥାପନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସବୁ ବର୍ଗର ସୁଭଦ୍ରା ହିତାଧିକାରୀଙ୍କ ଉପରେ ସୁଭଦ୍ରା ସହାୟତାର ପ୍ରଭାବ, ଏହାର ଉପଯୋଗ ଓ ଡିଜିଟାଲ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସମ୍ବନ୍ଧରେ ବିଶଦ ଆଲୋଚନା କରାଯାଇଛି। ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆଇଆଇଏମ୍‌ ସମ୍ବଲପୁର ସହଯୋଗରେ ଜୁଲାଇ ପ୍ରଥମ ସପ୍ତାହରୁ କଲେଜ ଝିଅମାନଙ୍କ ଦ୍ୱାରା କ୍ଷେତ୍ର ସର୍ବେକ୍ଷଣ କରାଯିବାର ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଇଆଇଏମ୍‌ ସମ୍ବଲପୁର ତଥ୍ୟ ଅଧ୍ୟୟନ, ଉପକରଣ, ତାଲିମ ଏବଂ ବିଶ୍ଳେଷଣ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବ।