ୟୁଜର ଏକ୍ସପିରିଏନ୍ସ ଓ ଡିଜାଇନ ସିଷ୍ଟମ ନେଇ ସଚେତନତା
ଭୁବନେଶ୍ୱର: ଆଜି ଲୋକସେବା ଭବନ କନଭେନସନ ସମ୍ମିଳନୀ କେନ୍ଦ୍ରରେ ଉପଭୋକ୍ତା ଅଭିଜ୍ଞତା ଏବଂ ଡିଜାଇନ୍ ସିଷ୍ଟମ ଉପରେ ରାଜ୍ୟସ୍ତରୀୟ ସଚେତନତା ଏବଂ ସମ୍ବେଦନଶୀଳତା କର୍ମଶାଳା ଆୟୋଜିତ ହୋଇଛି । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ଏହି କର୍ମଶାଳାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଡିଜିଟାଲ୍ ସେବାର ମୂଳକେନ୍ଦ୍ରରେ ନାଗରିକଙ୍କ ଆବଶ୍ୟକତାକୁ ରଖି, ସୁଗମ ଓ ସମାବେଶୀୟ ପ୍ଲାଟଫର୍ମ ସୃଷ୍ଟି କରିବା ଆମର ପ୍ରାଥମିକତା ହେବା ଦରକାର ବୋଲି କହି ଥିଲେ । ସ୍ୱତନ୍ତ୍ର ଶାସନ ସଚିବ ଡ. ପ୍ରଦୀପ କୁମାର ରାଉତ ଡିଜିଟାଲ୍ ସେବା ପ୍ରଦାନକୁ ଅଧିକ ନାଗରିକ-ମୁଖୀ, ସୁବୋଧ, ସହଜ ପ୍ରବେଶଯୋଗ୍ୟ ଓ ମାନକୀକୃତ କରିବା ପାଇଁ ଗୁରୁତ୍ୱ ଦେଇଥିଲେ । କର୍ମଶାଳାରେ ସାମୂହିକ ଚର୍ଚ୍ଚା, ଗୋଷ୍ଠୀ କାର୍ଯ୍ୟକଳାପ ଓ ଅଭିଜ୍ଞତା ବିନିମୟ ମାଧ୍ୟମରେ ପ୍ରାୟୋଗିକ ଜ୍ଞାନ ବିକାଶ କରାଯାଇଥିଲା ।
କାର୍ଯ୍ୟକ୍ରମର ଶେଷରେ ସମସ୍ତ ବିଭାଗକୁ ନାଗରିକ-ମୁଖୀ ଡିଜାଇନ୍ ପ୍ରଥା ଗ୍ରହଣ କରି, ଡିଜିଟାଲ୍ ସେବାକୁ ଅଧିକ କାର୍ଯ୍ୟକାରୀ ଓ ସହଜ ପ୍ରବେଶଯୋଗ୍ୟ କରିବା ପାଇଁ ଆହ୍ୱାନ ଜଣାଇଥିଲା । ଶେଷରେ ଏନ.ଆଇ.ସି.ର ଉପ ମହାର୍ନିେଶକ ତଥା ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଡ. ଅଶୋକ କୁମାର ହୋତା ଧନ୍ୟବାଦ ଦେଇଥିଲେ ।