ଓଡ଼ିଶା ଆର୍ଥରୋପ୍ଲାଷ୍ଟି ଆସୋସିଏସନର ଷଷ୍ଠତମ ସମ୍ମିଳନୀ
ଭୁବନେଶ୍ୱର: ଓଡ଼ିଶା ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନ୍ (ଓଏଏ)ର ଦୁଇଦିନିଆ ଷଷ୍ଠତମ ବାର୍ଷିକ ସମ୍ମିଳନୀ ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୨୦୦ରୁ ଅଧିକ ଅର୍ଥପେଡିକ୍ ସର୍ଜନ ଡାକ୍ତରମାନେ ଅଂଶଗ୍ରହଣ କରିଛନ୍ତି । ସମ୍ମିଳନୀରେ ବୈଜ୍ଞାନିକ ଅଧିବେଶନ, ଅସ୍ତ୍ରୋପଚାରର ସିଧାସଳଖ ପ୍ରଦର୍ଶନ ଓ ଗଣ୍ଠି ପ୍ରତିରୋପଣ ଅସ୍ତ୍ରୋପଚାର ସମ୍ବନ୍ଧୀୟ ବିଭିନ୍ନ ନୂତନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଜାତୀୟ ଓ ରାଜ୍ୟସ୍ତରୀୟ ବିଶିଷ୍ଟ ବକ୍ତାମାନେ ଅଣ୍ଟା ଓ ଆଣ୍ଠୁ ପ୍ରତିରୋପଣ, ସଂଶୋଧନ ଶଲ୍ୟଚିକିସôା ଓ ରୋଗୀ ସେବା ପ୍ରବୃତ୍ତିରେ ବିଶେଷ ଭାବେ ପ୍ରଚଳିତ ଚିକିସôା ବିଷୟରେ ଆଲୋଚନା କରାଯାଇଛି ।
୨୨ ତାରିଖରେ କଟକ ଏସ୍ସିବି ମେଡିକାଲ କଲେଜରେ ହିପ୍ ଏବଂ ଆଣ୍ଠୁ ପ୍ରତିରୋପଣ ଶଲ୍ୟଚିକିସôା ଉପରେ ହ୍ୟାଣ୍ଡସ୍-ଅନ୍ କାଡାଭେରିକ୍ କର୍ମଶାଳା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବହୁ ସଂଖ୍ୟକ ଅର୍ଥପେଡିକ୍ ଡାକ୍ତରମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଓଏଏ ସଭାପତି ଡ଼ା. ନିର୍ମଳ ଚନ୍ଦ୍ର ମହାପାତ୍ର ଓଡ଼ିଶାରେ ଗଣ୍ଠି ପ୍ରତିରୋପଣ ଅସ୍ତ୍ରୋପଚାର ଶଲ୍ୟଚିକିସôାକୁ ଆଗକୁ ବଢ଼ାଇବା ପ୍ରତି ଓଏଏର ପ୍ରତିବଦ୍ଧତାକୁ ଉଲ୍ଲେଖ କରିଥିଲେ । ଆସୋସିଏସନ୍ର ଉପାଧ୍ୟକ୍ଷ ଏବଂ ଭାରତୀୟ ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନ୍ର (ଆଇଏଏ)ର ସମ୍ପାଦକ ଡ଼ା. ଦେବବ୍ରତ ପାଢୀ ଅର୍ଥପେଡିକ୍ ବୃତ୍ତିଧାରୀମାନଙ୍କୁ ବିଶ୍ୱସ୍ତରୀୟ ଜ୍ଞାନ ଓ ପ୍ରଶିକ୍ଷଣ ଦେବାରେ ଏହି ପ୍ଲାଟଫର୍ମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଓଏଏ ସମ୍ପାଦକ ଡ଼ା. ବିଷ୍ଣୁ ପ୍ରସାଦ ପାତ୍ର ଏହି କ୍ଷେତ୍ରର ସାମ୍ପ୍ରତିକ ଅଗ୍ରଗତିକୁ ପ୍ରୋସôାହନ ଦେବା ପାଇଁ ନିୟମିତ ବ୍ୟବଧାନରେ ଏହିପରି କାର୍ଯ୍ୟକ୍ରମର ଆବଶ୍ୟକତାକୁ ଉଲ୍ଲେଖ କରିଥିଲେ । ସଭାରେ ଆଇଏଏ ସଭାପତି ଡ଼ା. ସଞ୍ଜୀବ ଜୈନ ଓ ପରିଚାଳନା ଅଧ୍ୟକ୍ଷ ଡ଼ା. ସୁନୀଲ ଦାଶଙ୍କ ସହିତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ । ସମ୍ମିଳନୀର ଉଦଘାଟନ ସମାରୋହରେ ପରିଚାଳନା ସମ୍ପାଦକ ଡ଼ା. କିଶୋର ପଣ୍ଡା ସମସ୍ତ ପ୍ରତିନିଧି, ବକ୍ତା ଏବଂ ସଂଗଠନର ସଦସ୍ୟଙ୍କୁ କାର୍ଯ୍ୟକ୍ରମର ସୁଚାରୁ ସମ୍ପାଦନା ପାଇଁ ଧନ୍ୟବାଦ ଜଣାଇଥିଲେ ।