୨୪ଜଣଙ୍କୁ ସୂରଜ ସମ୍ମାନ ପ୍ରଦାନ

 ଭୁବନେଶ୍ୱର :  ଅଙ୍ଗଦାନଠୁ  ମହତ କାର୍ଯ୍ୟ କିଛି ନାହି । ଅଙ୍ଗ ପ୍ରତିରୋପଣ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ଜୀବନରେ ଅଙ୍ଗଦାତା ମାନେ ନୂତନ ଜୀବନ ଭରି ଦିଅନ୍ତି । ଅଦ୍ୟାବଧି ଆମ ରାଜ୍ୟରେ ୧୪ ଟି ଚିକିସôାଳୟକୁ ଅଙ୍ଗ ପ୍ରତିରୋପଣ ନିମନ୍ତେ ପଞ୍ଜୀକୃତ କରାଯାଇଛି । ଏହି ‘ସୂରଜ ପୁରସ୍କାର’  ରାଜ୍ୟବାସୀଙ୍କୁ ସେମାନଙ୍କର ଗରୁତ୍ୱପୂର୍ଣ୍ଣ ଅଙ୍ଗଦାନ କରି ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ନିମନ୍ତେ ଆଗେଇ ଆସିବାପାଇଁ  ନିଶ୍ଚିତ ଭାବରେ ଉସôାହିତ କରିବ । 
ଆଜି ପୂର୍ବାହ୍ନରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବିଶ୍ୱ ଅଙ୍ଗ ଦାନ ଦିବସ ପାଳନ ହୋଇଛି  । ଏହି ଅବସରରେ ସ୍ୱାସ୍ଥ୍ୟ ଏବଂ  ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ  ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ  ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅଙ୍ଗଦାତାମାନେ ମୃତୁ୍ୟ ପରେ ସୁସ୍ଥ ଓ ମୂଲ୍ୟବାନ ଅଙ୍ଗ ଦାନ କରି ଅନ୍ୟ ମାନଙ୍କର ଜୀବନ ବଞ୍ଚାଇ ଥିବାରୁ ସେ ଅଙ୍ଗଦାତାଙ୍କୁ ଓ ତାଙ୍କ ପରିବାରକୁ ସର୍ବୋଚ୍ଚ ସମ୍ମାନ ଜଣାଇବା ସହ ସେମାନଙ୍କ ମହାନତାକୁ ଉଚ୍ଚÿ ପ୍ରଶଂସା କରିଥିଲେ ମନ୍ତ୍ରୀ ଡ. ମହାଲିଙ୍ଗ । 
ଝାରସୁଗୁଡାର ସ୍ୱର୍ଗତ ରଶ୍ମୀ ପ୍ରଭା ପଟେଲ, ନୟାଗଡର ସିବୁନ ସିଦ୍ଧାର୍ଥ ସାହୁ, ଖୋର୍ଦ୍ଧାର ସ୍ୱର୍ଗତ ବିକାଶ କୁମାର ସାହୁ, କେନ୍ଦ୍ରାପଡା  ଜିଲ୍ଲାର ସ୍ୱର୍ଗତ ମନୋଜ କୁମାର ସାହୁ, ବାଲେଶ୍ୱରର ସ୍ୱର୍ଗତ ଅଲେଖ ପ୍ରସାଦ ପରିଡା, କଟକର ସ୍ୱର୍ଗତ ପ୍ରହଲ୍ଲାଦ ରାଉତ, କେନ୍ଦୁଝରର ସ୍ୱର୍ଗତ ଲତା ମହାନ୍ତ, ସୁନ୍ଦରଗଡର ସ୍ୱର୍ଗତ ଜନ୍ମେଷ  ଲେଙ୍କା , ଖୋର୍ଦ୍ଧାର ସ୍ୱର୍ଗତ ପ୍ରଦୀପ କୁମାର ଜେନା, ମୟୂରଭଞ୍ଜର  ସ୍ୱର୍ଗତ ସ୍ୱଶ୍ରୀଆୟାନ ପାତ୍ର, ଅନୁଗୁଳ ଜିଲ୍ଲାର ସ୍ୱର୍ଗତ ବିଶ୍ୱଜିତ ଦାସ,  ଖୋର୍ଦ୍ଧାର  ସ୍ୱର୍ଗତ ଜୟନ୍ତ କୁମାର ଖମାରୀ , କେନ୍ଦ୍ରାପଡାର ସ୍ୱର୍ଗତ ଅଜୟ କୁମାର ଗିରି, କୋରାପୁଟର ସ୍ୱର୍ଗତ ଆସିଷ ଛୁଆଳସିଂ, ରାୟଗଡାର  ସ୍ୱର୍ଗତ ଚନ୍ଦ୍ରଶେଖର ନାୟକ, ଗଜପତିର ସ୍ୱର୍ଗତ ନରସିଂହ ପ୍ରସାଦ ମହାରଣା, ଗଜପତିର  ସ୍ୱର୍ଗତ ପଣ୍ଡାଇ ଶବର, କେନ୍ଦ୍ରାପଡାର  ସ୍ୱର୍ଗତ ଶରତ ଚନ୍ଦ୍ର ବିଶ୍ୱାଳ, ରାୟଗଡାର   ସ୍ୱର୍ଗତ ପିଲାନ୍ତ ଶବର, ଗଜପତିର  ସ୍ୱର୍ଗତ କେ ନରେଶ ପଟ୍ଟନାୟକ,  ଗଜପତିର ସ୍ୱର୍ଗତ ଅରୁଣ ଭୂୟାଁ, ଖୋର୍ଦ୍ଧାର ସ୍ୱର୍ଗତ ସୌମ୍ୟ ରଞ୍ଜନ ବେହେରା, ଭଦ୍ରକର ସ୍ୱର୍ଗତ ଶିବ ପ୍ରସାଦ ଜେନା, ଖୋର୍ଦ୍ଧାର ସ୍ୱର୍ଗତ ରୀନା ପୃଷ୍ଟିଙ୍କ ପରିବାରକୁ ସୂରଜ ପୁରସ୍କାରରେ ସମ୍ମାନିତ କରିବା ସହ ୫ ଲକ୍ଷ ଟଙ୍କା ଲେଖାଏଁ ସମ୍ମାନିତ ରାଶି ପ୍ରଦାନ କରିଛନ୍ତି  । 
 ସ୍ୱର୍ଗତ ସୂରଜ ବେହେରାଙ୍କ ପିତାମାତା ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ମୃତ ପୁତ୍ରର ଅଙ୍ଗ ଦାନ କରିଥିଲେ ଓ ରାଜ୍ୟରେ ସ୍ୱେଚ୍ଛାକୃତ ଅଙ୍ଗ ଦାନକୁ ପ୍ରୋସôାହିତ କରିଥିଲେ ।  ସେମାନଙ୍କ ପ୍ରେରଣାଦାୟକ ତଥା ମାନବିକ କାର୍ଯ୍ୟକୁ ସମ୍ମାନ ଦେବା ଉଦେ୍ଦଶ୍ୟରେ ରାଜ୍ୟର ଅଙ୍ଗ ଦାତା ମାନଙ୍କୁ ଏବଂ ଅଙ୍ଗ ଦାନକୁ ପ୍ରୋସôାହିତ କରୁଥିବା ଅନୁଷ୍ଠାନଗୁଡିକୁ ସମ୍ବର୍ଦ୍ଧନା ଦେବା ପାଇଁ ପ୍ରତିବର୍ଷ ଅଗଷ୍ଟ ୧୩ ରେ ବିଶ୍ୱ ଅଙ୍ଗ ଦାନ ଦିବସ ଅବସରରେ ‘ସୂରଜ ପୁରସ୍କାର’ ପ୍ରଦାନ କରା ଯାଉଛି । ହୃତପିଣ୍ଡ, ବୃକକ ଏବଂ ଯକୃତ ମଧ୍ୟରୁ କୌଣସି ଗୋଟିଏ କିମ୍ବା ଅଧିକ ଅଙ୍ଗ ଦାନ କରିଥିବା ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର  ପୁରସ୍କାର ରାଶି ପ୍ରଦାନ କରାଯାଉଛି ।