୧୦ ଆକାଂକ୍ଷୀ ଜିଲ୍ଲା ଦାୟିତ୍ୱରେ ଆଇଏଏସ୍‌

ଭୁବନେଶ୍ୱର : ରାଜ୍ୟର ମୋଟ ୩୦ଟି ଜିଲ୍ଲା ପାଇଁ ୩୦ଜଣ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ନିଯୁକ୍ତି ମିଳିଥିବାବେଳେ ୧୦ଟି ଆକାଂକ୍ଷୀ ଜିଲ୍ଲା ଦାୟିତ୍ୱରେ ଯଥାକ୍ରମେ କନ୍ଧମାଳ ପାଇଁ ଆଇଏଏସ୍‌ ଭାସ୍କର ଜ୍ୟୋତି ଶର୍ମା, ବଲାଙ୍ଗୀରରେ ବଲୱନ୍ତ ସିଂହ, ରାୟଗଡା - ଯାମିନୀ ଷଡଙ୍ଗୀ, ଢେଙ୍କାନାଳ - ଡି.ପ୍ରଶାନ୍ତ କୁମାର ରେଡ୍ଡୀ, ନବରଙ୍ଗପୁର - ଏନ.ତିରୁମାଲା ନାଏକ, କୋରାପୁଟ ପାଇଁ ସୁଧାଂଶୁ ମୋହନ ସାମଲ, କଳାହାଣ୍ଡି ପାଇଁ ବୃନ୍ଦା ଡି, ମାଲକାନଗିରି ପାଇଁ ମହମ୍ମଦ ସାଦ୍ଦିକ୍‌ ଆଲମ୍‌,ନୂଆପଡା ପାଇଁ ପ୍ରେମଚନ୍ଦ୍ର ଚୌଧୁରୀ ଓ ଗଜପତି ପାଇଁ ଅରିନ୍ଦମ ଡାକୁଆଙ୍କୁ ଆବଂଟନ ହୋଇଛି । ଏହି ଅଫିସରମାନଙ୍କୁ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତଗର୍ତ ଜିଲ୍ଲାର କାର୍ଯ୍ୟଦକ୍ଷତା ଓ ପୁରସ୍କାର ରାଶିର ସଠିକ୍‌ ଉପଯୋଗକୁ ବିଶେଷ ଭାବରେ ସମୀକ୍ଷା କରିବାକୁ କୁହାଯାଇଛି । ସେହିପରି ଅନ୍ୟ ଜିଲ୍ଲାଗୁଡିକ ଦାୟିତ୍ୱରେ ଯଥା ସମ୍ବଲପୁର ପାଇଁ ଚିତ୍ରା ଅରୁମୁଗମଙ୍କୁ ଦାୟିତ୍ୱ ମିଳିଥିବାବେଳେ ପୁରୀ ପାଇଁ ବିଶାଲ କୁମାର ଦେବ, ସୁନ୍ଦରଗଡ ପାଇଁ ଉଷା ପାଢୀ, ଯାଜପୁର ପାଇଁ ସଞ୍ଜୀବ କୁମାର ମିଶ୍ର, ନୟାଗଡ ପାଇଁ ସଞ୍ଜୟ କୁମାର ସିଂହ, କଟକ ପାଇଁ ସୁରେଶ କୁମାର ବଶିଷ୍ଠ, ମୟୂରଭଞ୍ଜ ପାଇଁ ଶୁଭା ର୍ଶମା, ଜଗତସିଂହପୁର ପାଇଁ ଏନବିଏସ ରାଜପୁତ, ବାଲେଶ୍ୱର ପାଇଁ ଟି ଆପାଙ୍ଗ ଆଓ, ଗଞ୍ଜାମ ପାଇଁ ଗିରିଶ ଏସ ଏନ, ଅନୁଗୁଳ ପାଇଁ ଅଶ୍ୱଥି ଏସ୍‌ , ଭଦ୍ରକ ପାଇଁ ପାଟିଲ ରାଜେଶ ପ୍ରଭାକର, ଖୋର୍ଦ୍ଧା ପାଇଁ ଅରବିନ୍ଦ ଅଗ୍ରୱାଲ, କେନ୍ଦୁଝର ପାଇଁ ଭୁପେନ୍ଦ୍ର ଏସ.ପୁନିଆ, ବୌଦ୍ଧ ପାଇଁ ବି.ପରମେଶ୍ୱରନ୍‌, ବରଗଡ ପାଇଁ ଗୁହା ପୁନମ ତପସ କୁମାର, କେନ୍ଦ୍ରାପଡା ପାଇଁ ବିଜୟ କେତନ ଉପାଧ୍ୟାୟ, ଝାରସୁଗୁଡା ପାଇଁ ରଶ୍ମିତା ପଣ୍ଡା, ଦେବଗଡ ପାଇଁ ମାନସୀ ନିମ୍ଭଲ ଓ ସୋନପୁର ପାଇଁ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଦାୟିତ୍ୱ ମିଳିଛି ।