ପ୍ରତୀକ୍ଷା ଜିଲ୍ଲା ଟପ୍ପର

ମାଟି୍ରକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିବା ବେଳେ ଯାଜପୁର ମୁ୍ୟନିସିପାଲ୍ ହାଇସ୍କୁଲର ଛାତ୍ରୀ ପ୍ରତୀକ୍ଷା ପଣ୍ଡା ୫୭୪ ନମ୍ବର ରଖି ଜିଲାରେ ସର୍ବୋଚ୍ଚ ନମ୍ବର ଅଧିକାରୀ ହୋଇଛନ୍ତି । ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ୫ ନଂ ୱାର୍ଡ କିଆରେଶ୍ୱର ଗ୍ରାମର ମନୋଜ କୁମାର ପଣ୍ଡା ଓ ଝରଣା ପଣ୍ଡାଙ୍କ ଏକମାତ୍ର କନ୍ୟା ପ୍ରତୀକ୍ଷା ଜିଲାରେ ସର୍ବୋଚ୍ଚ ନମ୍ବର ରଖି ଉତୀର୍ଣ୍ଣ ହୋଇଛନ୍ତି । ତାଙ୍କର ଏହି ଉତୀର୍ଣ୍ଣ ଖବର ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।