ବିଜେପିରେ ମିଶିବେ ଜୟ ଢେ଼ାଲକିୟା
ଭୁବନେଶ୍ୱର : ଆଗକୁ ଆସୁଛି ନୂଆପଡ଼ା ନିର୍ବାଚନ ସେହି ସମୟରେ ଦେବିଖିବାକୁ ମିଳିଛି ବଡ଼ ଅଦଳବଦଳ । ବିଜେପିରେ ମିଶିବେ ଜୟ ଢେ଼ାଲକିୟା । ପୂର୍ବତନ ବିଜେଡ଼ି ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯାଇଥିବା ସୂଚନା ମିଳିଛି । ତାଙ୍କ ପିତା ବିଜେଡ଼ିରେ ରହି ବିଧାୟକ ହୋଇଥିଲେ । ନିକଟରେ ହୋଇଥିବା ବିଜେଡ଼ି ରାଲିରେ ସେ ସାମିଲ ହୋଇ ନଥିଲେ । ଏହି ସମୟରେ ଜୟ ଢେ଼ାଲକିଆଙ୍କ ସମର୍ଥକମାନେ ଏକ ବିଶାଳ ରାଲିରେ ବାହାରି ତାଙ୍କୁ ସମର୍ଥନ କରିଛନ୍ତି ।