୧୦ ବିଧାୟକଙ୍କ ସହ ନବୀନଙ୍କ ଆଲୋଚନା

୧୦ ବିଧାୟକଙ୍କ ସହ ନବୀନଙ୍କ ଆଲୋଚନା

ଭୁବନେଶ୍ୱର : ନବୀନ ନିବାସରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟରେ ବିଜୁ ଜନତା ଦଳର ୧୦ ବିଧାୟକମାନଙ୍କୁ ଭେଟି ସେମାନଙ୍କ ନିର୍ବାଚନ ମଣ୍ଡଳୀର ସମସ୍ୟା ଓ ଦଳୀୟ ସଂଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଦଳୀୟ କାର୍ଯ୍ୟକ୍ରମକୁ ଗାଁ ଗାଁରେ ବ୍ୟାପକ କରିବା ସହ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ  ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥଲେ । ସେମାନଙ୍କ ନିର୍ବାଚନମଣ୍ଡଳୀର ବିକାଶ କାମ ବିଷୟରେ  ବିଶେଷକରି ଚାଷୀଙ୍କ ସମସ୍ୟା, ଧାନ କିଣା ସ୍ଥିତି ସମ୍ପର୍କରେ ମଧ୍ୟ ସେ ପଚାରି ବୁଝିଥିଲେ । ବିଜୁ ଜନତା ଦଳର ଆଦର୍ଶରେ ଲୋକଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ଏହି ଅବସରରେ ବିଧାୟକମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ବିଧାୟିକା ବର୍ଷା ସିଂହ ବରିହା, ବିଧାୟକ ସର୍ବଶ୍ରୀ ମନୋହର ରନ୍ଧାରୀ, ଧ୍ରୁବଚରଣ ସାହୁ, ରମେଶ ଚନ୍ଦ୍ର ବେହେରା, ଗଣେଶ୍ୱର ବେହେରା, ପ୍ରଶାନ୍ତ କୁମାର ବେହେରା, ନଳିନୀକାନ୍ତ ପ୍ରଧାନ, ଦିବ୍ୟଶଙ୍କର ମିଶ୍ର, ପ୍ରଦୀପ କୁମାର ଦିଶାରୀ ଓ ଅଭିମନ୍ୟୁ ସେଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।