ବଡ଼ଖବର: ସ୍ୱାଧୀନ ଲଢିବେ ଖାରବେଳ
ଭୁବନେଶ୍ୱର: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଓଡ଼ିଶାରେ ରାଜନୈତିକ ବାତାବରଣ ସେତେ ଉଷ୍ଣ ହେବାରେ ଲାଗିଛି । ତେବେ ନିର୍ବାଚନୀ ମାହୋଲ ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ ଏବେ ସ୍ୱାଧୀନଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇବେ । ସେ ଚଳିତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀଭାବେ ଲଢିବାକୁ ଘୋଷଣା କରିଛନ୍ତି ।
ବାଲେଶ୍ୱର ଲୋକସଭା ଆସନରୁ ବିଜେପି ଟିକେଟରେ ଲଢିବା ପାଇଁ ଖାରବେଳ ଆଶାୟୀ ଥିଲେ । ତେବେ ବିଜେପି ପ୍ରତାପ ଷଡ଼ଙ୍ଗୀଙ୍କୁ ଟିକେଟ ଦେଇଛି । ପ୍ରତାପ ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିବା ପରେ ଖାରବେଳ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି । ତେବେ ଏବେ ସେ ସ୍ୱାଧୀନଭାବେ ଲଢିବାକୁ ଘୋଷଣା କରିବା ସହ ଦଳ କାର୍ଯ୍ୟାନୁଷ୍ଠାନ ନେଲେ ବି ଫରକ ପଡ଼ିବନି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।
ପ୍ରକାଶ ଯେ ଖାରବେଳ ସ୍ୱାଇଁ ୨୦୧୯ରେ ବିଜେପି ଟିକେଟରେ କନ୍ଧକାଳ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ । ଏବେ ସେ ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ସ୍ୱାଧୀନଭାବେ ଲଢିବାକୁ ଘୋଷଣା କରିଛନ୍ତି । ଏଠାରେ ଆସନ୍ତା ୭ ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ।