୨୦ରେ ସତ୍ୟସାଇ ସେବା ସମିତିର ରକ୍ତଦାନ ଶିବିର

ତାଳଚେର:  ତାଳଚେର ସତ୍ୟସାଇ ସେବାସମିତି ପକ୍ଷରୁ ତାଳଚେର ପୌରପରିଷଦ ହାଇସ୍କୁଲରେ ଆସନ୍ତା ୨୦/୦୭/୨୦୨୫ ତାରିଖ ରବିବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ସକାଳ ୮ଘଟିକା ଠାରୁ ମଧ୍ୟାହ୍ନ ୧ଘଟିକା ପର୍ଯ୍ୟନ୍ତ ଏହି ଶିବିର ଅନୁଷ୍ଠିତ ହେବ ଏବଂ ଏଥିରେ ସ୍ୱଚ୍ଛାକୃତ ଯୁବକମାନେ ଓ ସତ୍ୟସାଇ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି ରକ୍ତଦାନ କରିବେ । ତାଳଚେର ଉପଖଣ୍ଡ ଅଞ୍ଚଳର ବର୍ଷାଋତୁରେ ରକ୍ତର ଅଭାବକୁ ଦୂର କରିବା ନେଇ କୌଣସି ରୋଗୀ ରକ୍ତପାଇଁ ଅସୁବିଧାର ସମ୍ମୁଖୀନ ନ ହେବାକୁ ସତ୍ୟସାଇ ସଂଗଠନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ଏହି ରକ୍ତଦାନ ଶିବିରରେ ସତ୍ୟସାଇ ସେବାସମିତର ସମିତି ଆବାହକ କିଶୋର ଚନ୍ଦ୍ର ସାମନ୍ତ, ପ୍ରତିଷ୍ଠାତା ପଙ୍କଜଲୋଚନ ପତି, ବିରଚିଂ ନାରାୟଣ ଦାସ, ଶକ୍ତିପ୍ରସାଦ ସାହୁ, ବାବୁଲି ନାଥ, କମଳଲୋଚନା ପତି, ଅକ୍ଷୟ ମହାରଣା, ସୁଚିତ୍ରା ମହାରଣା, କଳ୍ପନା ମିଶ୍ର, ବିଷ୍ଣୁପି୍ରୟା ପତି, ମାମାଲି ଦାସ, ରେଣୁବାଳା ମିଶ୍ରଙ୍କ ସମେତ ଅନ୍ୟ ସତ୍ୟସାଇ ସଂଗଠନର ସମସ୍ତ ସଦସ୍ୟମାନେ ଉପସ୍ଥି ରହିବେ ।