୩ ବ୍ୟାଙ୍କକୁ ଆଶ୍ୱସ୍ତି : ହଟିଲା ସରକାରୀ କଟକଣା

 ଭୁବନେଶ୍ୱର : ବିଭିନ୍ନ ଜନମଙ୍ଗଳକାରୀ ଯୋଜନାରେ ଋଣ ପ୍ରଦାନରେ ପ୍ରଦର୍ଶନ ଭଲ ନଥିବାରୁ ୩ ବେସରକାରୀ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ, ଏଚଡ଼ିଏଫସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ଉପରେ ସରକାର କଟକଣା ଲଗାଇଥିଲେ  । ଏହି ତିନି ବ୍ୟାଙ୍କ ସହ କୌଣସି ପ୍ରକାର ସରକାରୀ ଦେଣନେଣ କରିବା, ଆକାଉଣ୍ଟ ରଖିବା ଆଦି ଉପରେ କଟକଣା ଲଗାାଯାଇ ଜୁନ୍ ୨୧ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା  । ଏବେ ରାଜ୍ୟ ସରକାର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ  । ସେ ଆହୁରି କହିଛନ୍ତି ଯେ ଆସନ୍ତାବର୍ଷ ଠାରୁ ଏଠାରେ ଡିପ୍ଳୋମା ପାଠ ପଢିବାର ବ୍ୟବସ୍ଥା କରାଯିବ  । ଛାତ୍ରଛାତ୍ରୀମାନେ ୟୁଜି କରିବେ ଏଆଇରେ, ଡିଗ୍ରୀ ପାଇବେ ଏଆଇରେ, ଏପରି ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି  । ୨୦୩୬ ସୁଦ୍ଧା ଅବିଭକ୍ତ କୋରାପୁଟ ଜିଲ୍ଲାର ମୌଳିକ ପରିବର୍ତ୍ତନ କରିବା ଆମର ସଂକଳ୍ପ  । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଓଡ଼ିଶାର ଜ୍ଞାନର ପେଣ୍ଠସ୍ଥଳୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବଦ୍ଧପରିକର  । ବିଶ୍ୱବିଦ୍ୟାଳୟରେ ଥିବା ଖାଲି ପଦବୀକୁ ପୂରଣ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ  ।  ସୂଚନାଥାଉ କି, କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶାର ୬ଟି କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଅଗ୍ରଣୀ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ଐତିହାସିକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଛି  । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ, ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ(ଆଇଆଇଟି), ଭୁବନେଶ୍ୱର ; ଜାତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଏନଆଇଟି) ରାଉରକେଲା ; ଇଣ୍ଡିଆନ ମ୍ୟାନେଜମେଣ୍ଟ୍ ଇନଷ୍ଟିଚୁ୍ୟସନ (ଆଇଆଇଏମ) ସମ୍ବଲପୁର ; ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (ଆଇଜର), ବ୍ରହ୍ମପୁର ଏବଂ ଶ୍ରୀସଦାଶିବ କ୍ୟାମ୍ପସ(କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ), ପୁରୀ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି  ।     ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମବେତ ଛାତ୍ରଛାତ୍ରୀଙ୍କୁ  ସମ୍ବୋଧିତ କରିଥିଲେ  । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମସô୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ  ଗୋକୁଳାନନ୍ଦ ମଲ୍ଲିକ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା, ନବରଙ୍ଗପୁରର ସାଂସଦ ବଳଭଦ୍ର ମାଝୀ ଏବଂ ଏହି ଅଞ୍ଚଳର ବିଧାନସଭା ସଦସ୍ୟଗଣ, ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ସଚିବ ବିନୀତ ଯୋଶୀ, ଉପରୋକ୍ତ ଉଚ୍ଚଶିକ୍ଷାନୁଷ୍ଠାନର କୁଳପତି, ନିଦେ୍ର୍ଦଶକ ପ୍ରମୁଖ ଯୋଗଦେଇଥିଲେ  ।