ବୈଭବଙ୍କୁ ପ୍ରଶଂସା କଲେ ମୋଦି
ନୂଆଦିଲ୍ଲୀ : ବିହାର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଇପିଏଲ୍ ୨୦୨୫ରେ ରାଜସ୍ତାନ ରୟାଲ୍ସ ପକ୍ଷରୁ ଖେଳୁଥିବା ସବୁଠାରୁ କମ୍ ବୟସ୍କ ଖେଳାଳି ୧୪ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭେଟିଛନ୍ତି । ସୂର୍ଯ୍ୟବଂଶୀଙ୍କୁ ଭେଟି ମୋଦି ତାଙ୍କ ପ୍ରତିଭାକୁ ପ୍ରଶଂସା କରିବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏ ବିଷୟରେ ମୋଦି ସୋସିଆଲ୍ ମିଡିଆରେ ତାଙ୍କ ସହିତ ବାର୍ତ୍ତାଳପର ଫଟୋ ମଧ୍ୟ ସେୟାର କରିଛନ୍ତି । ମୋଦି ତାଙ୍କର ବ୍ୟାଟିଂ ଶୈଳୀକୁ ପ୍ରଶଂସା କରିବା ସହିତ ଏହିଭଳି ପ୍ରତିଭା ଆଗାମୀ ଦିନରେ ଭାରତକୁ ଆବଶ୍ୟକ ବୋଲି କହିଥିଲେ । ଚଳିତ ଆଇପିଏଲ୍ରେ ରାଜସ୍ତାନ କ୍ୱାଲିଫାଏ ହୋଇନଥିବାରୁ ସୂର୍ଯ୍ୟବଂଶୀ ତାଙ୍କ ନିଜ ଘର ବିହାରର ପାଟନାକୁ ଫେରିଥିଲେ । ଏ ଅବସରରେ ମୋଦି ତାଙ୍କୁ ଭେଟି ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।