୩ରୁ ଚିନ୍ମୟ ମିଶନର ଗୀତାଜ୍ଞାନ ମହୋତ୍ସବ

 କଟକ: ଚିନ୍ମୟ ମିଶନ ପକ୍ଷରୁ ଆସନ୍ତା ଜାନୁୟାରୀ ୩ ରୁ ୮ ତାରିଖ ପର୍ଯ୍ୟନ୍ତ ବକ୍ସିବଜାର ସ୍ଥିତ କଳାବିକାଶ କେନ୍ଦ୍ର ଠାରେ ଗୀତା ଜ୍ଞାନ ମହୋତ୍ସବ ଅନୁଷ୍ଠିତ ହେବ । ଚିନ୍ମୟ ମିଶନ ଓଡିଶା ଶାଖାର ମୁଖ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀଙ୍କ ସଭାପତିତ୍ୱରେ ଏବଂ କଟକ ଓ ଜଗତପୁର ଶାଖାର ମୁଖ୍ୟ ଓଁକାରା ନନ୍ଦ ସରସ୍ୱତୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ମହୋତ୍ସବରେ ଚିନ୍ମୟ ମିଶନ ଦକ୍ଷିଣ ଆଫ୍ରିକା ଶାଖାର ମୁଖ୍ୟ ଆଚାର୍ଯ୍ୟ ସ୍ୱାମୀ ଅଭେଦାନନ୍ଦ ସରସ୍ୱତୀ ଯୋଗଦେଇ ପ୍ରବଚନ ପ୍ରଦାନ କରିବେ । ‘ଦୈନନ୍ଦିନ ଜୀବନରେ ଗୀତାର ଉପାଦେୟତା’ ଶୀର୍ଷକ ବିଷୟରେ ପ୍ରବଚନ ଦିଆଯିବ  । ଏହି ମହୋତ୍ସବକୁ ଉଦ୍ଘାଟକ ଭାବେ ଓଡିଶା ଉଚ୍ଚ ନ୍ୟାୟଳୟର ବିଚାରପତି ସଞ୍ଜୟ କୁମାର ମିଶ୍ର, ମୁଖ୍ୟଅତିଥି ଭାବେ ଲୋକସେବକ ମଣ୍ଡଳର ସମ୍ପାଦକ ପ୍ରଭାସ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଆଧ୍ୟାତ୍ମିକବାଦୀ ଡଃ କିଶନଲାଲ ଅଗ୍ରୱାଲ ପ୍ରମୁଖ ଯୋଗ ଦେବେ ବୋଲି ଆଜି କିଶନଲାଲ ଅଗ୍ରୱାଲଙ୍କ ମହାନଦୀବିହାର ସ୍ଥିତ ସମୀକ୍ଷା ବାସଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦିଆଯାଇଛି । ଏହି ଅବସରରେ କଟକ ସହରରେ ବସବାସ କରୁଥିବା ସମସ୍ତ ଶ୍ରଦ୍ଧାଳୁ ଏହି ଗୀତା ମହୋତ୍ସବରେ ଯୋଗ ଦେଇ ଭାଗବତ ଆନନ୍ଦ ଓ ଆଶୀର୍ବାଦ ଲାଭ କରିବା ପାଇଁ ଗୀତାଜ୍ଞାନ ମହୋତ୍ସବ କମିଟି ପକ୍ଷରୁ ନିବେଦନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଗତପୁର ଚିନ୍ମୟ ମିଶନ ଶାଖାର ସଭାପତି ସୁବାସ ଚନ୍ଦ୍ର ଦ୍ୱିବେଦୀ, କଟକ ଶାଖାର ଉପସଭାପତି ଡ. ଚିତରଂଜନ ଷଡଙ୍ଗୀ ଏବଂ ବହିଃବିଭାଗ (ପୁସ୍ତକ) ମୁଖ୍ୟ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ସଂଗ୍ରାମ କେଶରୀ କରଣ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ ।