ହଳଦିଆ ଆନାକୋଣ୍ଡାର ସଫଳ ପ୍ରଜନନ
ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ପାର୍କରେ ଦ୍ୱିତୀୟ ପ୍ରଜନନ ଯୋଡିରୁ ୧୧ଟି ହଳଦିଆ ଆନାକୋଣ୍ଡାଙ୍କ ଜନ୍ମ ହୋଇଛି । ଅକ୍ଟୋବର ୨୦୧୯ରେ ମାଦ୍ରାସ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟରୁ ପିତାମାତା ସାପଗୁଡ଼ିକୁ ଅଣାଯାଇଥିଲା । ୨୯ ଜୁନ୍ ୨୦୨୫ରେ ସାତଟି ଛୁଆ ଜନ୍ମ ହେବା ପରେ ଏହା ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ସଫଳ ପ୍ରଜନନ । ଏହି ଯୋଡା ସହିତ, ପାର୍କରେ ବର୍ତ୍ତମାନ ୨୫ଟି ହଳଦିଆ ଆନାକୋଣ୍ଡା ରହିଛନ୍ତି । ଏହି ସଫଳ ପ୍ରଜନନ ନନ୍ଦନକାନନର ସରୀସୃପ ସଂରକ୍ଷଣ ଏବଂ ସେମାନଙ୍କର ବୈଜ୍ଞାନିକ ପରିଚାଳନା ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ଉପନିଦେ୍ର୍ଦଶକ କହିଛନ୍ତି ।