ବରିଷ୍ଠ ଆଇନଜୀବୀଙ୍କ ଶ୍ରଦ୍ଧାଞ୍ଜଳି ସଭା

 କଟକ:  କ୍ରିମିନାଲ କୋର୍ଟସ ବାର ଆସୋସିଏସନ ପରିସରରେ ବରିଷ୍ଠ ଆଇନଜୀବୀ ସୁଧାଂଶୁ ଭୂଷଣ ଆଚାର୍ଯ୍ୟଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଶତାଧିକ ଆଇନଜୀବୀ ଯୋଗ ଦେଇ ସ୍ୱର୍ଗତ ଆଚାର୍ଯ୍ୟଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ । ବାର ଆସୋସିଏସନର ସଂପାଦକ ତାପସ ନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ସଭାରେ କି୍ରମିନାଲ କୋର୍ଟସ ବାର ଆସୋସିଏସନର ସଭାପତି ଶରତ ଚନ୍ଦ୍ର ପ୍ରଧାନ, ବରିଷ୍ଠ ଆଇନଜୀବୀ ଅରିକ୍ଷିତ ପଣ୍ଡା, ଅକ୍ଷୟ ନାୟକ, ଧ୍ରୁବ ଚରଣ ରାଉତ, ପ୍ରଶାନ୍ତ ସାହୁ, ପ୍ରକାଶ କୁମାର ପ୍ରତାପ, ବାଦଲ ଚନ୍ଦ୍ର ରାୟ, ମୁକ୍ତିକାନ୍ତ ଦାସ, ସୁଭ୍ରାଂଶୁ ଶେଖର ମହାନ୍ତି, ସୁବାସ ଚନ୍ଦ୍ର ମହାନ୍ତି, ପ୍ରଦୀପ ପରିଡ଼ା ଓ ସ୍ମୃତି ରଂଜନ ରାଉତ ପ୍ରମୁଖ ଯୋଗ ଦେଇ ଶୋକବ୍ୟକ୍ତ କରିଥିଲେ ।