ମହିଳାଙ୍କୁ ଧମକ, ଅଭିଯୁକ୍ତ ଗିରଫ

 ସାଲେପୁର:  କୌଣସି କାରଣ ନଥାଇ ଜଣେ ମହିଳାଙ୍କୁ କୁକର୍ମ ଓ ହତ୍ୟା କରିବାକୁ ଧମକ ଦେବା ଅଭିଯୋଗରେ ସାଲେପୁର ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ, ସାଲେପୁର ଥାନା ଅନ୍ତର୍ଗତ ଫଗୋଳ ଗ୍ରାମର ସସ୍ମିତା ବେହେରାଙ୍କୁ ଉକ୍ତ ଗ୍ରାମର ଜ୍ଞାନ ରଣା ବିଭିନ୍ନ ସମୟରେ କୌଣସି କାରଣ ନଥାଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ବାରମ୍ବାର କୁକର୍ମ କରିବାକୁ ଧମକ ଦେଇ ଆସୁଥିଲେ । ଏହାକୁ ନେଇ ସସ୍ମିତା ବେହେରା ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସାଲେପୁର ପୁଲିସ ଅଭିଯୋଗକୁ ଗ୍ରହଣ କରି ସାଲେପୁର ଥାନା କେସ୍ ନଂ-୩୧୯/୨୦୨୫ରେ ଏକ ମାମଲା ରୁଜୁ କରି ସଂପୃକ୍ତ ଜ୍ଞାନ ରଣାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି ।