୩୧ ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ ଇ-କେୱାଇସ
ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଇ-କେୱାଇସି ପ୍ରକ୍ରିୟା । ଇ-କେୱାଇସି ପ୍ରକ୍ରିୟା ଓ କ୍ଷେତ୍ର ତର୍ଜମା ସମୟରେ ୬ ଲକ୍ଷ ୮୩ ହଜାର ୯୯୫ ଜଣ ମୃତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେହିପରି ୩୩ ହଜାର ୧୨୮ ଅଯୋଗ୍ୟ ରାସନ କାର୍ଡକୁ ବାତିଲ କରାଯାଇଛି । ଯାହାର ପରିବାର ସଦସ୍ୟଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୨୦ ହଜାର ୧୯୯ । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ୪ ହଜାର ୭୪୭ ଜାଲି ରାସନ କାର୍ଡ ଧରା ପଡ଼ିଥିବା ବେଳ କଟକରୁ ୨୯୦୫ଟି ଜାଲି କାର୍ଡ ଧରା ପଡିଛି ଏବଂ ସୁନ୍ଦର ଗଡ଼ ଜିଲ୍ଲାରେ ୨୩୫୭ଟି ଜାଲି ରାସନ କାର୍ଡ ଧରା ପଡ଼ିଛି । ଆଜି ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।
ଅନ୍ୟ ଏକ ଲିଖିତ ଉତ୍ତର ରେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଜୁନ୍ ୨୦୨୪ ଠାରୁ ରାସନ କାର୍ଡ଼ ପାଇଁ ମୋଟ ୧୫ ଲକ୍ଷ ୩୩ ହଜାର ୧୫୩ ଗୋଟି ଆବେଦନ ହସ୍ତଗତ ହୋଇଛି । ତନ୍ମଧ୍ୟରୁ, ୩ ଲକ୍ଷ ୨୩ ହଜାର ୧୪୫ ଗୋଟି ଆବେଦନ ଯାହାର ପରିବାର ସଦସ୍ୟ ସଂଖ୍ୟା ୬ ଲକ୍ଷ ୩୯ ହଜାର ୮୨୭ ଗୁଡିକ କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ବିବେଚିତ ହୋଇ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଭାବରେ ଅନ୍ତର୍ଭୁକ୍ତ ହୋଇଛି ।