୪୧୪ଭିନ୍ନକ୍ଷମଙ୍କ ଡାକ୍ତରୀ ପରୀକ୍ଷା 

 ରାଜନଗର: ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନରେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରିଣୀ ରୂପାଲୀ ପ୍ରିୟଦର୍ଶନୀ, ବ୍ଲକ ସମାଜ ସୁରକ୍ଷା ଅଧିକାରୀ ମନୋଜ କୁମାର ବେହେରା ସାମିଲ ହୋଇଥିଲେ । ଶିବିରରେ ଅସ୍ଥିଶଲ୍ୟ, ମାନସିକ, ଶ୍ରବଣବାଧିତ ଓ ଦୃଷ୍ଟି ବାଧିତ ଭିନ୍ନକ୍ଷମମାନଙ୍କ ପାଇଁ ୫ଟି ପଞ୍ଜିକରଣ କେନ୍ଦ୍ର କରାଯାଇଥିଲା । ଅସ୍ଥିଶଲ୍ୟରେ ୨୬୩ ଜଣ ପଞ୍ଜିକରଣ କରିଥିବା ବେଳେ, ୨୫୬ଜଣଙ୍କୁ ପରୀକ୍ଷା କରାଯାଇଥିଲା । ମାନସିକ ବିଭାଗରେ ୬୫ଜଣ ପଞ୍ଜିକରଣ କରିଥିବା ବେଳେ ୬୧ଜଣଙ୍କୁ ପରୀକ୍ଷା କରାଯାଇଥିଲା । ଶ୍ରବଣବାଧିତ ପାଇଁ ୫୨ଜଣ ପଞ୍ଜିକରଣ କରିଥିବା ବେଳେ ସମସ୍ତଙ୍କର ପରୀକ୍ଷା କରାଯାଇଥିଲା । ସେହିପରି ଦୃଷ୍ଟିବାଧିତ ପାଇଁ ୪୫ଜଣ ପଞ୍ଜିକରଣ କରିଥିବା ବେଳେ, ସମସ୍ତଙ୍କର ପରୀକ୍ଷା କରାଯାଇଥିଲା । ମୋଟ ୪୨୫ଜଣ ଏହି ଶିବିରରେ ପଞ୍ଜିକରଣ କରିଥିବା ବେଳେ, ୪୧୪ଜଣଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା । ଏହି ଭିନ୍ନକ୍ଷମଙ୍କୁ ସେମାନଙ୍କ ଉପଯୋଗୀ ଉପକରଣ ପରବର୍ତୀ ସମୟରେ ଯୋଗାଇ ଦିଆଯିବ । ଶିବିରରେ ଡାକ୍ତର ସଂଜୀବ ସେଠୀ, ଡ. ବିଜୟ ଦାସ, ଡ. ସଚ୍ଚିଦାନନ୍ଦ ନାୟକ, ଡ. ଏସ୍ଏସ୍ ବିଶ୍ୱାଳ, ଡ. ଭବତୋଷ ଘୋଷ ଡ. ବି.କେ ଦାଶ ପ୍ରମୁଖ ଡାକ୍ତରୀ ଦଳ ଭିନ୍ନକ୍ଷମଙ୍କୁ ପରୀକ୍ଷା କରିଥିଲେ ।