ବିଜେପି ପକ୍ଷରୁ ତି୍ରରଙ୍ଗା ଶୋଭାଯାତ୍ରା
କେନ୍ଦ୍ରାପଡା : କେନ୍ଦ୍ରାପଡ଼ାର ସାଂସଦ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ! ଜିଲ୍ଲା ବିଜେପି ନେତା ତଥା ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ଉପସଭାପତି ସଲିମ ଖାନଙ୍କ ଶାଶୂ ହବିବୁନ ବେଗମଙ୍କ ଗତ ମାସ ୨୭ ତାରିଖରେ ଦେହାନ୍ତ ହୋଇଥିଲା ! ସାଂସଦ ଶ୍ରୀ ପଣ୍ଡା ଦେହାନ୍ତ ସମୟରେ ପଂହଁଚି ନଥିବାରୁ ଆଜି ତାଙ୍କ ବାସଭବନରେ ପଂହଁଚି ଅମର ଆତ୍ମାର ସଦଗତି କାମନା କରିବା ସହିତ ଜିଲ୍ଲାର ଅନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଛନ୍ତି ! ଏଇ ପରିପ୍ରେକ୍ଷୀରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜି ଥିବାରୁ ଭାରତୀୟ ଯବାନ ମାନଙ୍କ ମନୋବଳ ବଢାଇବା ପାଁଇ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତୀୟ ଏକ ହୋଇ ଏକ ଶାନ୍ତିପୂର୍ଣ୍ଣ ତ୍ରିରଙ୍ଗା ଶୋଭାଯାତ୍ରା ଆସନ୍ତାକାଲି ସକାଳ ୮ ଟାରେ କେନ୍ଦ୍ରାପଡ଼ା ସହର ର ବାଲାବାବା ମନ୍ଦିର ପ୍ରାଙ୍ଗଣରୁ ପୁରୁଣା ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ସେ ଉପରେ ସାଂସଦ ଆଲୋଚନା କରିଥିଲେ । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ତ୍ରିରଙ୍ଗା ଶୋଭାଯାତ୍ରାରେ ସାଂସଦ ନିଜେ ଉପସ୍ଥିତ ରହିବେ ଏବଂ ଭାରତମାତା ପାଁଇ ଜିଲ୍ଲାର ସମସ୍ତଙ୍କୁ ଏହି ଶୋଭାଯାତ୍ରାରେ ସାମିଲ ହେବା ପାଁଇ ଆହ୍ୱାନ ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ମହାକଳପଡା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ,କେନ୍ଦ୍ରାପଡ଼ା ବିଧାନସଭା ବିଧାୟିକା ପାର୍ଥିନୀ ଗୀତାଞ୍ଜଳୀ ସେଠୀ,ପାଟକୁରା ବିଧାୟକ ପାର୍ଥି ତେଜେଶ୍ୱର ପରିଡା,ଆଳି ବିଧାୟକ ପାର୍ଥି କୃଷ୍ଣଚନ୍ଦ୍ର ପଣ୍ଡା,ରାଜନଗର ବିଧାୟକ ପାର୍ଥି ଲଳିତ ବେହେରା,ଜିଲ୍ଲା ସଭାପତି ଶଶାଙ୍କ ସେଠୀ,ପୂର୍ବତନ ଜିଲ୍ଲା ସଭାପତି କିଶୋର ପଣ୍ଡା,ଜିଲ୍ଲା ଉପସଭାପତି ସଞ୍ଜୟ ରଥ,ବିଜେପି ନେତ୍ରୀ କଳ୍ପନା ମଲିକ,ପ୍ରିୟଦର୍ଶିନୀ ନନ୍ଦ,ଝିଲ୍ଲୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।