୫ ଲକ୍ଷର ବାଣ ଜବତ

ତାଳଚେର  : ଅନୁଗୋଳ ଏସ୍ପିଙ୍କ ନିଦେ୍ର୍ଦଶକ୍ରମେ ତାଳଚେର ଉପଖଣ୍ଡ ଆରକ୍ଷୀ ଅଧିକ ଭରତଚନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ତାଳଚେର ଟାଉନ ଥାନା ପୁଲିସ ୩ଟି ଟିମ ଗଠନ କରି ତାଳଚେର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ୬ଜଣ ବ୍ୟବସାୟୀଙ୍କ ନିକଟରୁ ପ୍ରାୟ ୫ଲକ୍ଷ ଟଙ୍କାର ଗଚ୍ଛିତ ରହିଥିବା ବାଣ ଜବତ କରାଯାଇଥିଲା । ଏ ସମ୍ପର୍କରେ ତାଳଚେର ଥାନା କେସ୍ ନମ୍ବର ୧୦୩୨/୨୦୨୫, ୧୦୩୩/୨୦୨୫, ୧୦୩୪/୨୦୨୫, ୧୦୩୫/ ୨୦୨୫, ୧୦୩୬/୨୦୨୫ ଓ ୧୦୩୭/୨୦୨୫ ଦଫାରେ ଏକ ମାମଲା ରୁଜୁ କରାଯାଇଛି । ଏହି ବେଆଇନ ବାଣରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ ହେଲେ ତାଳଚେର ଟାଉନ ବଉଳଛକ ସାହିର ପ୍ରକାଶ ସାହୁ, ସନ୍ଥପଡ଼ା ଗ୍ରାମର ଜଗବନ୍ଧୁ ଦାସ ଓ ଦିଲ୍ଲୀପ ଦାସ, ବହ୍ଲର ଗ୍ରାମର ସରୋଜ କୁମାର ସିଆ, କୋଲିୟରୀ ଥାନା ଅଂଚଳ ପବିତ୍ରପୁର ଗ୍ରାମର ରୋଜିତ କୁମାର ପ୍ରଧାନ, ରାଧାରମଣପୁର ଗ୍ରାମର ଶୁଭମ କୁମାର ବେହେର ଏହି ବେଆଇନ ବାଣରେ ସମ୍ପୃକ୍ତ ଥିବା ପୋଲିସ୍ ସୁତ୍ରରୁ ପ୍ରକାଶ । ଏହି ଚଢ଼ାଉରେ ଏସଆଇ ତୁଷାରକାନ୍ତ ମହାନ୍ତି, ଏସଆଇ ସତ୍ୟବ୍ରତ ରାଉତ, ଏସଆଇ ଦେବ୍ରତ ନାୟକ, ଏଏସଆଇ, ହରେଶ ଚନ୍ଦ୍ର ଦଳେଇ, ହାବିଲଦାର ବିମଳ ଗୋଚ୍ଛାୟତ, ମିତ୍ରଭାନୁ ଭୋଇ, ନିର୍ମଳ ଚନ୍ଦ୍ର ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ତାଳଚେର ଟାଉନ ଥାନା ଠାରୁ ମାତ୍ର କିଛି ଦୂରରେ ମଣ୍ଡାପାଳ, ଚମ୍ପାପଶି, ହାଟତୋଟା, ରେମୁଁଆ, ବାଙ୍କଧରାଛକ ଧରମପୁର ରାସ୍ତା, ପବିତ୍ରମୋହନ ଛକ ରାଜପଥ ପାଶ୍ୱର୍ରେ ଥିବା ଅନେକ ନାମୀଦାମୀ ବ୍ୟବସାୟୀଙ୍କର ବାଣଗୋଦାମ ଉପରେ ପୁଲିସ୍ କେବେ ଚଢ଼ାଉ କରୁଛି ତାହା ଦେଖିବାକୁ କେବଳ ବାକି ରହିଛି ବୋଲି କୁହାଯାଉଛି ।