ଲିଙ୍ଗରାଜ ମନ୍ଦିର ଯାଞ୍ଚ କଲେ ଏସଆଇ ଟିମ୍

ଭୁବନେଶ୍ୱର : ବୁଧବାର ଭୁବନେଶ୍ୱରରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି କାରଣରୁ ଲିଙ୍ଗରାଜ ମନ୍ଦିର ପତାକା ପୋଡ଼ିଯାଇଛି । ଆଜି ଏସଆଇ ଟିମ୍ ପହଞ୍ଚି ମନ୍ଦିର ଯାଞ୍ଚ କରି ପୋଡ଼ିଯାଇଥିବା ପତାକାକୁ କାଢ଼ି ନୂଆ ପତାକା ଲଗାଯାଇଛି । ସେହିପରି ମନ୍ଦିରରେ ଲାଗିଥିବା କିଛି ସିସିଟିଭି କ୍ଷତିଗ୍ରସ୍ତ ହୋଇଛି । ମନ୍ଦିରରେ ମୋଟ ୩୫ଟି ସିସିଟିଭି କ୍ୟାମେରା ଲାଗିଛି । ଏହି ବଜ୍ରପାତରେ କେତେ କ୍ୟାମେରା ନଷ୍ଟ ହୋଇଛି । ସେହିପରି ବଜ୍ରପାତ ପ୍ରଭାବରେ ମନ୍ଦିରର ଗର୍ଭଗୃହରେ ଲାଗିଥିବା ବଲ୍ବ ମଧ୍ୟ ପୋଡ଼ିଯାଇଛି । ବାକି ଆଉ କିଛି କିଛି ସ୍ଥାନରେ ମଧ୍ୟ ବଲ୍ବ ପୋଡ଼ିଯାଇଛି । ଏହାସହିତ ମନ୍ଦିରର ଅନେକ ସ୍ଥାନରେ କ୍ଷୟକ୍ଷତିର ସୂଚନା ମିଳିଛି।