ଲୋୟର ଜଳ ସେଚନ ପ୍ରକଳ୍ପର ଖୋଲିଲା ୩ଟି ଗେଟ୍
ନୂଆପଡ଼ା : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ନୂଆପଡ଼ା ଜିଲ୍ଲା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ୩ ଗୋଟି ଗେଟ୍ ଖୋଲାଯାଇଛି । ଜଳ ସେଚନ ପ୍ରକଳ୍ପର ୩, ୬ ଓ ୮ ନମ୍ବର ଗେଟ ଖୋଲାଯାଇଛି । ଜଳ ପ୍ରକଳ୍ପକୁ ୪୫୦ ଘନ ମିଟର ପାଣି ପ୍ରବେଶ କରୁ ଥିବାବେଳେ ୪୭୪.୨୬ ଘନ ମିଟର ପାଣି ନିଷ୍କାସନ ହେଉଛି । ଏବେ ଜଳ ଭଣ୍ଡାରରେ ୨୬୪.୫ ମିଟର ପାଣି ରହିଛି । ଆବଶ୍ୟକ ହେଲେ ଅଧିକା ଗେଟ୍ ଖୋଲା ଯିବ ବୋଲି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ କିଶୋର ଜୟପୂରିଆ ସୂଚନା ଦେଇଛନ୍ତି ।