୫୯ ଗ୍ରାମ ବ୍ରାଉନସୁଗାର ଓ ୫୫୦ ଲିଟର ଦେଶୀମଦ ଜବତ ; ୧୨ ବେପାରୀ ଗିରଫ

୫୯ ଗ୍ରାମ ବ୍ରାଉନସୁଗାର ଓ ୫୫୦ ଲିଟର ଦେଶୀମଦ ଜବତ ; ୧୨ ବେପାରୀ ଗିରଫ
୫୯ ଗ୍ରାମ ବ୍ରାଉନସୁଗାର ଓ ୫୫୦ ଲିଟର ଦେଶୀମଦ ଜବତ ; ୧୨ ବେପାରୀ ଗିରଫ

  • ଭୁବନେଶ୍ୱର, ୨୨ା୮: ଗଞ୍ଜାମ ଜିଲ୍ଲାରେ ବିଶାକ୍ତ ମଦପି ମୃତୁ୍ୟ ପରେ ଗତ ୨ ଦିନ ହେବ ଆକ୍ସନ ମୋଡକୁ ଆସିଛି ଓଡ଼ିଶା ଅବକାରୀ ବିଭାଗ । ରାଜ୍ୟ ସାରା ଚୋରା ମଦ ଧରା ଅଭିଯାନ ଆରମ୍ଭ ହୋଇଥିବା ବେଳେ, ଆଜି ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରେ ଅବକାରୀ ଟିମ ଓ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଟିମ ଚଢ଼ାଉ କରି ୧୨ ଜଣ ବେପାରୀଙ୍କୁ ଗିରଫ କରିଥିବା ବେଳେ, ସେମାନଙ୍କ ଠାରୁ ୫୫୦ ଲିଟର ଦେଶୀମଦ ଓ ୫୯ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ମଞ୍ଚେଶ୍ୱର ମହାବୀର ନଗରରେ ଜଣେ ଧଳାଜହର ବେପାରୀକୁ ଗିରଫ କରିଛି ଭୁବନେଶ୍ୱର ଅବକାରୀ ଟିମ । ଅଭିଯୁକ୍ତ ଠାରୁ ତଲାସି ବେଳେ ୫୯ ଗ୍ରାମ ବ୍ରାଉନସୁଗାର, ଏକ ବାଇକ ଓ କିଛି ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଛବିନ୍ଦ୍ର ଜେନା । ସେହିଭଳି ତମାଣ୍ଡୋ ଥାନା ଅଞ୍ଚଳରୁ ୨ଜଣ ବେପାରୀ ଚୋରାରେ ଏକ ଅଟୋରେ ଦେଶୀମଦ ଚାଲାଣ କରୁଥିବା ବେଳେ ଅଭିଯୁକ୍ତଙ୍କୁ ଧରିଲା ଅବକାରୀ ଟିମ । ସେହିଭଳି ବିଭିନ୍ନ ଥାନା ଅଞ୍ଚଳର ବସ୍ତି ମାନଙ୍କରେ ଚଢ଼ାଉ କରାଯାଇ ୯ ଜଣ ବେପାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୧୦୦ ଲିଟର ଦେଶୀମଦ, ପୋଚ ଓ ମଦ ତିଆରି ସାମଗ୍ରୀ ଜବତ କରାଯାଇଛି । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
     ସୂଚନା ଯୋଗ୍ୟଯେ, ଆଜି ସକାଳି ଭୁବନେଶ୍ୱର ଅବକାରୀ ଟିମ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ପେଟ୍ରୋଲିଂ ଚଳାଇଥିଲେ । ଏହି ସମୟରେ ମହାବୀର ନିଗର ନିକଟରେ ଜଣେ ବେପାରୀ ବାଇକରେ ଆସି କିଛି ଅଟୋ ଚାଳକଙ୍କୁ ବିକ୍ରି ପାଇଁ ଅପେକ୍ଷା କରିଥିବା ଟିମ ଖବର ପାଇଥିଲା । ପରେ ସଙ୍ଗେ ସଙ୍ଗେ ସେଠାରେ ଚଢ଼ାଉ କରି ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ତଲାସି ବେଳେ ଅଭିଯୁକ୍ତ ଠାରୁ ୫ ଲକ୍ଷ ଟଙ୍କାର ୫୯ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ସେହିଭଳି ତମାଣ୍ଡୋ, ଲକ୍ଷ୍ମୀସାଗର ଅଞ୍ଚଳରେ ଚଢ଼ାଉ କରି ଅଟୋରେ ଚୋରା ମଦ ନେଇ ଯାଉଥିବା ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଟିମ । ସେହିଭଳି ଅନ୍ୟ ବସ୍ତି ମାନଙ୍କରେ ମଧ୍ୟ ୩ଟି ଅବକାରୀ ବିଭାଗର ୩ଟି ଟିମ ଚଢ଼ାଉ କରି ୯ ଜଣ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୦୦ ଲିଟର ଦେଶୀମଦ ଜବତ କରିଥିବା ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି ।