ଟଙ୍କା କାରବାର ନେଇ ବିଲ୍ଡରଙ୍କୁ ଗୁଳିମାଡ଼; ୨ ଗିରଫ

ଭୁବନେଶ୍ୱର,୨୪ ।୧: ବିଜେପି ନଗରରେ ଫୁଟିଚି ଗୁଳି । ଟଙ୍କା କାରବାର ନେଇ ଜଣେ ବିଲ୍ଡରଙ୍କୁ ଗୁଳି ମାଡ଼ ହୋଇଛି । ଏଥିରେ ବିଲ୍ଡର ସମେତ ଅନ୍ୟ ଜଣେ ଆହତ ହୋଇଛନ୍ତି । ହେଲେ ପୁଲିସକୁ ନଜଣାଇ ସହଯୋଗୀମାନେ କଟକରୋଡରେ ଥିବା ଏକ ଘରୋଇ ହସ୍ପିଟାଲରେ ଗତକାଲି ରାତିରେ ଭର୍ତ୍ତି କରିଥିଲେ । ଆଇସିୟୁ ନଥିବାରୁ ଫେରାଇ ଦେଲେ ହସ୍ପିଟାଲ୍ କର୍ତ୍ତୃପକ୍ଷ । ଚିକିତ୍ସା ନହୋଇ ଗୁଲିବିଧ ଅବସ୍ଥାରେ ଫେରିଗଲେ ଆହତ ବ୍ୟକ୍ତି । ଏପରିକି ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କ ତଥ୍ୟ ନେଇନଥିଲା । ଗୁଲି ବିଲ୍ଡରଙ୍କ ଜଙ୍ଘ ଏବଂ ହାତରେ ବାଜିଥିବା ବେଳେ ଅନ୍ୟର ଗୋଡରେ ମଧ୍ୟ ବାଜିଛି । ଏଭଳି ଗୁଳି ମାଡ଼ ଟଙ୍କା କାରବାରକୁ ନେଇ ଗୁଳିମାଡ଼ ହୋଇଥିବା ପୁଲିସ ସୂଚନା ଦେଇଛି । ଖବର ପାଇ ବଡଗଡ଼ ଥାନା ପୁଲିସ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଗୁଳି ବାଜିଥିବା ବିଲ୍ଡର ଏବଂ ସହଯୋଗୀ ପଳାଇଥିଲେ । ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଆହତଙ୍କୁ ଚିହ୍ନଟ କରିଥିଲେ । ରାତିରେ ପୁଲିସ ଉକ୍ତ ପିଲାଙ୍କୁ ଚିହ୍ନଟ କରି ଘଟଣାସ୍ଥଳକୁ ଖୋକା ଜବତ କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଆଜି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ, ମାନସ ଭୋଇ ଓ ତାଙ୍କ ସହଯୋଗୀ । 
   ମିଳିଥିବା ସୂଚନା ଅନୁସାରେ, ବିଜେବି ନଗରରେ ବିଲ୍ଡର ଦେବାଶିଷ ଦାସ ରହୁଥିବା ବେଳେ, ତାଙ୍କର କିଛି ବ୍ୟକ୍ତିଙ୍କ ସହ ୨୫ ଲକ୍ଷ ଟଙ୍କା କାରବାର ହୋଇଥିଲା । ବିଲ୍ଡର ସେମାନଙ୍କ ଠାରୁ ୨୫ ଲକ୍ଷ ଟଙ୍କା  ଘର ଏବଂ ଜାଗା ଦେବାକୁ କହି ନେଇଥିଲେ । ହେଲେ ବିଲ୍ଡର ଦେଇନଥିବାରୁ ସେମାନଙ୍କର ରାଗ ରହିଥିଲା । ଗୁରୁବାର ଅପରାହ୍ନରେ ବିଲ୍ଡରଙ୍କୁ ଅଭିଯୁକ୍ତମାନେ ଆପୋଷ ସମାଧାନ କରିବାକୁ ଡାକିଥିଲେ । ସେଠାରେ କଥା ହେବା ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଅଭିଯୁକ୍ତମାନେ ବିଲ୍ଡରଙ୍କ ଗୋଡକୁ ଲକ୍ଷକରି ଗୁଳିମାଡ଼ କରିଥିଲେ । ଅନ୍ୟ ଜଣେ ଅଭିଯୁକ୍ତଙ୍କ ଅଟକାଇବାକୁ ଯାଇଥିଲେ । ହେଲେ ଅଭିଯୁକ୍ତମାନେ ତାଙ୍କ ଗୋଡକୁ ମଧ୍ୟ ଗୁଳି ମାଡ଼ କରିଥିଲେ । ସେମାନେ ଆହତ ହୋଇ ତଳେ ପଡିଥିବା ବେଳେ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ । ବିଲ୍ଡର ସହଯୋଗୀମାନେ ଆସି ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା । ପୁଲିସ ଏହି ମାମଲାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ।