୭ ଜଣଙ୍କ ନାମରେ ମାମଲା
ାା ପ୍ରଭାନୁ୍ୟଜ ।ା ଖୋର୍ଦ୍ଧା, ୬ା୮: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ୪ ତାରିଖ ଦିନ ଦିଅର ଭାଉଜକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଘଟଣା ଅଂଚଳକୁ ସ୍ତବ୍ଧ କରିଦେଇଥିଲା । ମୃତ ମହିଳା ଜଣକ ସଦରଥାନା ଅନ୍ତର୍ଗତ ଅଣ୍ଡା ବନମାଳିପୁର ପରିଡା ସାହିର ଅଙ୍ଗନବାଡି ସହାୟିକା ମନୋରମା ପ୍ରଧାନ ବୟଷ ୫୪ । ଖବର ପାଇ ଘଟଣାସ୍ଥଳରେ ସଦର ପୁଲିସଙ୍କ ସମେତ ଖୋର୍ଦ୍ଧା ଏସଡିପିଓ, ସାଇଁଟିଫିକ୍ ଟିମ୍ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିବା ସଂହତିଆ ଦିଅରକୁ ଅଟକ ରଖିଥିଲେ । ତେବେ ମହିଳାଙ୍କ ଭାଇ ଅଭିମନୁ୍ୟ ସ୍ୱାଇଁ ଥାନାରେ ଲିଖିତ ଅଭଯୋଗ ପରେ ପୁଲିସ ୩୦୧/୨୫ରେ ଏକ ମାମଲା ରୁଜୁ କରିବା ସହିତ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୭ ଜଣକ ନାମରେ ମାମଲା ରୁଜୁକରି ଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି ।
ସୂଚନା ଅନୁସାରେ, ବନମାଳିପୁର ଅଙ୍ଗନବାଡି କେନ୍ଦ୍ରର ସହାୟିକାଭାବେ ମନୋରମା କାମ କରନ୍ତି । ମନୋରମାଙ୍କର ଗୋଟିଏ ଝିଅ ବାହା ହୋଇଥିବା ବେଳେ, ଗୋଟିଏ ପୁଅ ରହିଛି । ତେବେ ଜମିଜମାକୁ କେନ୍ଦ୍ରକରି ଦିଅର କାଳିଆ ସହ ପୂର୍ବରୁ ବିବାଦ ଲାଗି ରହିଥିଲା । ଏହି ବିବାଦ ମଝିରେ ମଝିରେ ମୁଣ୍ଡ ଟେକୁଥିଲେ ମଧ୍ୟ ପରେ ଶାନ୍ତ ପଡୁଥିଲା । କିନ୍ତୁ ଏହି ବିବାଦ ସୋମବାର ଦିନ ସନ୍ଧ୍ୟାରେ ଉଗ୍ରରୂପ ଧାରଣ କରିଥିଲା । ମୃତ ମହିଳା ଓ ତାଙ୍କ ଦିଅରଙ୍କ ମଧ୍ୟରେ ବଚସା ଓ ଠେଲାପେଲା ହୋଇଥିବାବେଳେ, କାଳିଆ ଏଥିରେ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ର ଆଣି ମନୋରମାଙ୍କୁ ଆକ୍ରମଣ କରିଥିଲେ । ପରେ ମନୋରମାଙ୍କ ରକ୍ତସ୍ରାବ ହେତୁ ଘଟଣା ସ୍ଥଳରେ ପ୍ରାଣବାୟୁ ଚାଲିଯାଇଥିଲା । ଖବର ପାଇ ଏସ୍ଡିପିଓ ନିହାର ରଞ୍ଜନ ପ୍ରଧାନ, ଥାନା ଅଧିକାରୀ କାହ୍ନୁଚରଣ ସ୍ୱାଇଁ, ଏସ୍ଆଇ ଜୟନ୍ତ ଭଟ୍ଟଙ୍କ ସମେତ ସାଇଁଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ । ମନୋରମାଙ୍କ ମୃତଦେହକୁ ପୁଲିସ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ କରି ବ୍ୟବଛେଦ ଲାଗି ଖୋର୍ଦ୍ଧା ମେଡିକାଲକୁ ପଠାଇ ଥିଲା । ମନୋରମଙ୍କ ଭାଇ ଲିଖିତ ଅଭିଯୋଗ ପରେ କେଶ ପଞ୍ଜିକରଣ କରିବା ସହିତ ଅଭିଯୋଗକୁ ଭିର୍ତ୍ତିକରି ୭ ଜଣକ ନାମରେ ପୁଲିସ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଖୋଜିବା ଆରମ୍ଭ କରିଛି ।