୭୬ତମ ସାଧାରଣତନ୍ତ୍ର ଦିବସ :କଟକରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/କଟକ : ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ କଟକର ବିଡାନାସୀ ମିନି ଷ୍ଟାଡିୟମରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଦେଶ ପାଇଁ ଜୀବନକୁ ଉସôର୍ଗ କରିଥିବା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି । ଆଜିର ଦିନରେ ମହାନ ଜନନାୟକଙ୍କୁ ମନେ ପକାଇବା ପରମ ସୁଯୋଗ । ଦେଶର ଅଖଣ୍ଡତା ବଜାୟ ରଖିବା ସହ ସୁଶାସନ ଯୋଗାଇବା ଆମର ଲକ୍ଷ୍ୟ । ଦେଶର ଗଣତନ୍ତ୍ର ବଜାୟ ରଖିବାରେ କୋଟି କୋଟି ଜନତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଖୁବ୍ ଶୀଘ୍ର ଆମ ଦେଶ ତୃତୀୟ ଶ୍ରେଷ୍ଠ ଅର୍ଥନୀତି ହେବାକୁ ଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହା ସହିତ ସେ ଆହୁରି କହିଛନ୍ତି କି, ଆମେ ଜାଣୁ ଆଧୁନିକ ଭାରତ ଇତିହାସରେ ଦୁଇଗୋଟି ଦିନ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ । ୧୫ ଅଗଷ୍ଟ ୧୯୪୭, ଯେଉଁଦିନ ଆମ ଦେଶ ଭାରତ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ଜନ୍ମ ନେଲା ଏବଂ ୨୬ ଜାନୁଆରୀ ୧୯୫୦, ଯେଉଁଦିନ ଦେଶ ଏକ ଗଣତାନ୍ତ୍ରିକ ସାର୍ବଭୌମ୍ୟ ରାଷ୍ଟ୍ରରେ ପରିଣତ ହେଲା । ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ଏହି ଦୁଇଟି ଯାକ ଦିନ ସବୁଠାରୁ ବଡ ପର୍ବ । ଆମର ସ୍ୱାଧୀନତା ସଂଗ୍ରାମ ଏକ ସଙ୍ଘର୍ଷମୟ କାହାଣୀ, ବଳିଦାନର କାହାଣୀ ଓ ତ୍ୟାଗର ଗାଥା । ଏହି ସଂଘର୍ଷରେ ଲକ୍ଷ ଲକ୍ଷ ଦେଶବାସୀ ନିଜକୁ ଉସôର୍ଗ କରିଦେଇଥିଲେ । ସେମାନେ ତାଙ୍କର କୈଶୋର ଏବଂ ଯୌବନ ଦେଶ ଉଦେ୍ଦଶ୍ୟରେ ସମର୍ପି ଦେଇଥିଲେ, କାରଣ ଆମେ ଏକ ସ୍ୱାଧୀନ ଦେଶରେ ନିଶ୍ୱାସ-ପ୍ରଶ୍ୱାସ ନେଇ ପାରିବା । ଆଜିର ଏହି ପବିତ୍ର ଦିନରେ ଜାତିର ଜନକ ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଅବୁଲ କାଲାମ ଆଜାଦ, ବୀର୍ ସବରକର୍, ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର, ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ, ଲାଲା ଲାଜପତ ରାୟ, ବିପିନ ଚନ୍ଦ୍ର ପାଲ, ବାଲ ଗଙ୍ଗାଧର ତିଲକ, ସରୋଜିନୀ ନାଇଡୁ, ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପରି ମହାମନୀଷୀମାନଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି । ଆମ ରାଜ୍ୟ ଓଡିଶାରେ ମଧ୍ୟ ସ୍ୱାଧୀନତା ସଂଗ୍ରାମ ତଥା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଆନେ୍ଦାଳନରେ ଅନେକ ବୀର ସୁପୁତ୍ର ନିଜର ତ୍ୟାଗ ଓ ବଳିଦାନ ଦେଇଛନ୍ତି । ବୀର ସୁରେନ୍ଦ୍ର ସାଏ, ଶହୀଦ୍ ମାଧୋ ସିଂ, ବକ୍ସି ଜଗବନ୍ଧୁ, ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉକôଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ଭଗବାନ ବିର୍ସା ମୁଣ୍ଡା, ଶହୀଦ୍ ଲକ୍ଷ୍ମଣ ନାୟକ, ଡକ୍ଟର ହରେକୃଷ୍ଣ ମହତାବ, ମା’ ରମାଦେବୀ, ଶହୀଦ୍ ବାଜି ରାଉତ, ମାଳତୀ ଚୌଧୁରୀ, ପାର୍ବତୀ ଗିରିଙ୍କ ପରି ମହାନ ସଂଗ୍ରାମୀମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆଜିର ଏହି ପବିତ୍ର ଦିବସରେ ମୁଁ ସମସ୍ତଙ୍କୁ ଆହ୍ୱାନ କରୁଛି, ଆସନ୍ତୁ, ବାବା ସାହେବଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କରି ଆମ ରାଜ୍ୟ ଓଡିଶାକୁ ୨୦୩୬ ମସିହା ସୁଦ୍ଧା ଏକ ସମୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବା ଏବଂ ୨୦୪୭ ମସିହା ସୁଦ୍ଧା ଆମ ଦେଶ ଭାରତକୁ ବିକଶିତ ଦେଶ ଭାବେ ଗଢିବା ପାଇଁ ନିଜ ନିଜର ଯୋଗଦାନ ଦେବା ।