ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବନ୍ଦ ବିଦ୍ୟାଳୟ ପରିସର  

 ଖଣ୍ଡପଡ଼ା : ଖଣ୍ଡପଡ଼ା ସହରର ଉପକାରାଗାର ରାସ୍ତାରେ ଅବସ୍ଥିତ ରାମଚନ୍ଦ୍ର ହାଇସ୍କୁଲ କ୍ୟାମ୍ପସ-୩ ଏବେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗର ନିଷ୍ପତିକ୍ରମେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ଯୋଗୁଁ ଉକ୍ତ ବିଦ୍ୟାଳୟଟିକୁ ନିକଟସ୍ଥ ପିଏମଶ୍ରୀ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟଳ ସହ ମିଶ୍ରଣ କରାଯଇଥିଲା । ସେହିଦିନ ଠାରୁ ବନ୍ଦ ସ୍କୁଲରେ ତାଲା ଝୁଲୁଛି । ଏହାର ସୁଯୋଗ ନେଇ ଅସାମାଜିକ ଯୁବକମାନେ ସ୍କୁଲ ପରିସରରେ ଅବାଧରେ ପ୍ରବେଶ କରି ମଦ୍ୟପାନ କରିବା ସହ ଭୋଜିଭାତର ଆସର ଜମାଉଥିବା ଦେଖିବାକୁ ମିଳୁଛି । ଏଥିପ୍ରତି ଖଣ୍ଡପଡା ବ୍ଲକ ଶିକ୍ଷାଧିକାରୀ ଓ ଜିଲା ଶିକ୍ଷାକାରୀ ଦୃଷ୍ଟି ଦେଇ ବନ୍ଦ ବିଦ୍ୟାଳୟଟିକୁ ଯେ କୌଣସି କାର୍ଯ୍ୟରେ ଲଗାଇବାକୁ ଖଣ୍ଡପଡା ସହରବାସୀ ଦାବି କରିଛନ୍ତି ।