୮୦ କୋଟିର ସାପ ବିଷ ଜବତ
ପାଲାମୁ ବ୍ୟାଘ୍ର ସଂରକ୍ଷଣ (ପିଟିଆର) ଏବଂ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ଏକ ମିଳିତ ଦଳ ସାପ ବିଷ ଜବତ କରିଛନ୍ତି । ଏହାର ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ମୋଟ ୧.୨ କେଜିର ସାପ ବିଷ ଜବତ କରାଯାଇଛି । ଯାହାର ଦାମ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୮୦ କୋଟି ହେବ ବୋଲି ଜଣାପଡିଛି । ଏହା ସ୍ଥାନୀୟ ଭାବେ ସଂଗ୍ରହ କରାଯାଇ ବିଜେଦଶକୁ ଚାଲାଣ ପାଇଁ ପ୍ରସ୍ତୁତ କରାଯାଇଥିଲା । ଏହି ଅଭିଯାନ ସମୟରେ ୨.୫ କେଜି ପାଙ୍ଗୋଲିନ୍ କଣ୍ଟା ମଧ୍ୟ ଜବତ ହୋଇଛି । ଯାହାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ । ପିଟିଆର ଅଧିକାରୀମାନେ କହିଛନ୍ତି ଯେ ପାଲାମୁ ଅଞ୍ଚଳରେ ସାପ ବିଷର ଅବୈଧ କାରବାର ବିଷୟରେ ମିଳିଥିବା ସୂଚନା ଆଧାରରେ ଏହି ଅଭିଯାନ କରାଯାଇଥିଲା । ଏହି ମାମଲାରେ ଜଣେ ପିତା ଓ ପୁଅ ସମେତ ତିନି ଜଣ ଅଭିଯୁକ୍ତ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ସମ୍ପୂର୍ଣ୍ଣ ନେଟୱାର୍କ ବିରୁଦ୍ଧରେ ଅଭିଯାନ ଏବେ ବି ଜାରି ରହିଛି ଓ ସ୍ଥାନୀୟ ଭାବରେ ସଂଗ୍ରହ କରାଯାଇଥିବା ବିଷ ମଧ୍ୟ ଉଦ୍ଧାର କରାଯାଇଛି । ଉଲ୍ଲେଖଯୋଗ୍ୟ, ସାପ ବିଷକୁ ଔଷଧ ଭାବରେ ବ୍ୟବହାର କରାଯାଏ ଏବଂ ଆନ୍ତର୍ଜାତୀୟ ବଜାରରେ ପ୍ରତି ଗ୍ରାମ ପାଇଁ ୮ ଲକ୍ଷ ପର୍ଯ୍ୟନ୍ତ ମୂଲ୍ୟ ରହିଛି ।