ଯୁବକଙ୍କୁ ହତ୍ୟା ପରେ ଅଧା ପୋତିଦେଲେ ମୃତଦେହ

ଯୁବକଙ୍କୁ ହତ୍ୟା ପରେ ଅଧା ପୋତିଦେଲେ ମୃତଦେହ

ବରଗଡ଼ : ବରଗଡ଼ ଗ୍ରାମାଞ୍ଚଳ ଅନ୍ତର୍ଗତ ପଣ୍ଡରିପଥର ପାଖେ ଜଣେ ଯୁବକଙ୍କୁ ହତ୍ୟା କରି ବିଲରେ ଅଧା ପୋତି ଦେଇଥିବା ଦେଖିବାକୁ ମିଳିଛି । ମୃତ ଯୁବକ ବରଗଡ଼ର ଦେବରାଜ ପାଣିଗ୍ରାହୀ (୪୫) ବୋଲି ଜଣାପଡିଛି । ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଶନିବାର ସକାଳେ ପୋଲିସ ଖବର ପାଇ ଘଟଣାସ୍ଥଳକୁ ପହଂଚି ତନାଘନା କରୁଛି । ଗ୍ରାମାଞ୍ଚଳ ପୋଲିସ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଛି । ତେବେ କେଉଁ କାରଣ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି ତାହା ସ୍ୱଷ୍ଟ ହୋଇପାରିନାହିଁ ।

ରିପୋର୍ଟ- ହେନାମଞ୍ଜରୀ ସ୍ୱାଇଁ