ଅନଲାଇନରେ ହେବ ଯୁକ୍ତ ଦୁଇ ଖାତା ଦେଖା

କଟକ : ଚଳିତ ବର୍ଷ ଅନଲାଇନରେ ହେବ ଯୁକ୍ତ ଖାତା ଦେଖା । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ। ସ୍ୱଚ୍ଛ, ନିରପେକ୍ଷ, ସମୟାନୁବର୍ତ୍ତିତା ପାଇଁ ଅନଲାଇନ୍‌ରେ ଖାତା ଦେଖା ହେବ । ଏନେଇ ପ୍ରସ୍ତାବ ଯାଇଛି, ଅନୁମତି ମିଳିଲେ ହିଁ କାର୍ୟ୍ୟକ୍ଷମ ହେବ। ତେବେ ପୂର୍ବରୁ କେବଳ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଖାତା ଅନଲାଇନରେ ମୂଲ୍ୟାୟନ ହେଉଥିଲା, ହେଲେ ଏବେ ସମସ୍ତ ବିଭାଗର ଖାତା ଅନଲାଇନରେ ଦେଖାଯିବାକୁ ପ୍ରସ୍ତାବ ଦିଆଯାଇଛି ।