ମହିଳାଙ୍କ ସୁରକ୍ଷା ଦାବିରେ କନ୍ଭେନସନ୍
।ା ପ୍ରଭାନୁ୍ୟଜ ।ା କଟକ: କୋଲକତା ସ୍ଥିତ ଆରଜି କର ମେଡିକାଲ କଲେଜରେ କାର୍ଯ୍ୟରତ ମହିଳା ଡାକ୍ତରଙ୍କୁ କୁର୍କମ ଓ ହତ୍ୟା ପ୍ରତିବାଦ ତଥା ଛାତ୍ରଛାତ୍ରୀ ଏବଂ ମହିଳାମାନଙ୍କ ସୁରକ୍ଷା ଦାବିରେ ସ୍ଥାନୀୟ ଦୋଳମୁଣ୍ଡାଇ ସ୍ଥିତ ବିଜୟଗୋବିନ୍ଦ ଭବନଠାରେ ଏଆଇଡିଏସଓ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ କନ୍ଭେନସନ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ଶ୍ରମିଷ୍ଠା ନାଥ ଓ ଏଆଇଡିଏସଓ ଓଡିଶା ରାଜ୍ୟ ପରିଷଦର ସଂପାଦକ ସିଦ୍ଧାର୍ଥ ରଥ ଯଥାକ୍ରମେ ମୁଖ୍ୟଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଏଆଇଡିଏସଓ କଟକ ଜିଲ୍ଲା କମିଟି ସଭାପତି ଇଶାଧର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଏବଂ ସଂପାଦକ ତରୁଣସେନ ନାୟକ ଭିତ୍ତିପତ୍ର ଉପସ୍ଥାପନ କରିଥିଲେ । ଏହି ଅମାନବୀୟ ଘଟଣା ସବୁକୁ ରୋକିବା ପାଇଁ ନୂଆ ଆଇନ ପ୍ରଣୟନ ତଥା ଏହାକୁ କଡାକଡି ଭାବେ ଲାଗୁ କରାଯିବାର ଆବଶ୍ୟକତା ରହିଛି ବୋଲି କନଭେନସନରେ ମତ ପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଶିବାନୀ ସାହୁ, ଛାତ୍ରନେତା ସୁଭସ୍ମିତା ସାହୁ, ଜ୍ୟୋସôାରାଣୀ ଦାସ, ଅମରେନ୍ଦ୍ର ନାୟକ, ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ, ମୁସ୍କାନ ତବସୁମ, ସତ୍ୟବ୍ରତ ମୁଦୁଲି ସମେତ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।