ବେପରୁଆ ‘ମୋ ବସ୍’ ଚଳାଚଳକୁ ନେଇ ହାଇକୋର୍ଟଙ୍କ ଉଦ୍ବେଗ
ାା ପ୍ରଭାନୁ୍ୟଜ ।ା କଟକ: ବେପରୁଆ ଭାବେ ‘ମୋ ବସ୍’ ଚଳାଚଳକୁ ନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି । ଯାତ୍ରୀଙ୍କ ସୁରକ୍ଷା ଏବଂ ଜନସାଧାରଣଙ୍କ ଧନଜୀବନକୁ ସୁରକ୍ଷା ଦେବା ଉପରେ ଗୁରୁତ୍ୱ ଦେବା ଲାଗି କ୍ରୁଟ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ହୋଇଛି । ତେବେ ଶୃଙ୍ଖଳିତ ଭାବେ କିପରି ମୋ ବସ ଚଳାଚଳ କରିପାରିବ ସେ ନେଇ କ୍ରୁଟ କର୍ତ୍ତୃପକ୍ଷ ରାଜ୍ୟ ସଡକ ପରିବହନ ନିଗମ ସହ ପରାମର୍ଶ କରିବାକୁ କୁହାଯାଉଛି । ଯେମିତି ଗ୍ରାମୀଣ ଅଂଚଳରେ ଲକ୍ଷ୍ମୀ ବସ୍ ଚଳାଚଳ କରୁଛି, ସେହି ଆକାରରେ ମୋ ବସ ଚଳାଚଳ କରୁ ବୋଲି ହାଇକୋର୍ଟ କହିଛନ୍ତି । ହାଇକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ଓଏସଆରପିସି ଅଧ୍ୟକ୍ଷ ଏବଂ କ୍ରୁଟର ଅଧିକାରୀ ଭିଡ଼ିଓ କନଫରେନ୍ସି ଜରିଆରେ ହାଜର ହୋଇଥିଲେ ।