‘ଅପରେସନ ପ୍ରହାର’, ଗିରଫ ହେଲେଣି ୧୫୭

 ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକ୍ରମେ  ରାଜ୍ୟକୁ ନିଶାମୁକ୍ତ କରିବା ତଥା ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଓଡିଶା ପୁଲିସ ତରଫରୁ "ଅପରେସନ୍ ପ୍ରହାର’  ଆରମ୍ଭ କରାଯାଇଛି । ଗତ ୧ ତାରିଖରୁ ୭ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ପୁଲିସ ଏହି ଅଭିଯାନରେ ସାମିଲ ହୋଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି । ଚଢ଼ାଉ ବେଳେ ବିପୁଳ ପରିମାଣର ଗଞ୍ଜେଇ, ବ୍ରାଉନ ସୁଗାର, କଫ୍ ସିରପ୍ ଭଳି ନିଶାଦ୍ରବ୍ୟ ଚୋରା ଚାଲାଣ ଉପରେ ରୋକ ଲଗାଇବାରେ ସଫଳ ହୋଇଛି । ସମୁଦାୟ ୧୧୦ଟି ମାମଲା ରୁଜୁ କରାଯାଇଥିବା ବେଳେ ୧୫୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି କ୍ରମରେ, ଗତ ସପ୍ତାହକ ମଧ୍ୟରେ ଗଞ୍ଜେଇ ଚୋରା ଚାଲାଣ ବିରୁଦ୍ଧରେ ୭୨ ଟି ମାମଲା ରୁଜୁ କରାଯିବା ସହ ୪୮୦୮ କେଜି ଗଞ୍ଜେଇ ଜବତ କରାଯାଇଛି ଏବଂ ମାମଲାରେ ସମ୍ପୃକ୍ତ ଥିବା ୯୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି  । ସେହିପରି  ବ୍ରାଉନ ସୁଗର ଚୋରା ଚାଲାଣ କ୍ଷେତ୍ରରେ  ୨୭ ଟି ମାମଲା ରୁଜୁ କରାଯାଇ ୨୩୭୪ ଗ୍ରାମ ଜବତ ଏବଂ ୪୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେହିପରି  ୩୦୫୨ ବୋତଲ କଫ ସିରପ ଜବତ ସହ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।