ବିଦୁ୍ୟତ ଗ୍ରାହକଙ୍କ ସିକୁ୍ୟରିଟି ଡିପୋଜିଟ୍ ପାଇଁ ସ୍ୱତନ୍ତ୍ର ପାଣ୍ଠି
ଭୁବନେଶ୍ୱର: ରାଜ୍ୟ ବିଦୁ୍ୟତ୍ ନିୟାମକ ଆୟୋଗ (ଓଇଆରସି) ବଣ୍ଟନ ନିୟମ ବା ଓଇଆର୍ସି ଡିଷ୍ଟି୍ରବୁ୍ୟସନ୍ କୋଡ୍, ୨୦୧୯ର ରେଗୁଲେସନ୍ ୫୨ ଅନୁଯାୟୀ ଦୁଇ ମାସର ବିଦୁ୍ୟତ ଯୋଗାଣ ଦେୟ ଗ୍ରାହକମାନଙ୍କ ଠାରୁ ସିକୁ୍ୟରିଟି ଆକାରରେ ଆଦାୟ କରାଯାଇଥାଏ । ବିଦୁ୍ୟତ ଯୋଗାଣ କମ୍ପାନୀ(ଡିସ୍କମ୍) ଗୁଡ଼ିକ ଏହି ସିକୁ୍ୟରିଟି ଡିପୋଜିଟ୍କୁ ଏକ ସ୍ୱତନ୍ତ୍ର ପାଣ୍ଠିରେ ରଖିଥାନ୍ତି ଏବଂ ଆର୍ବିଆଇର ବାର୍ଷିକ ସୁଧ ହାର ଅନୁଯାୟୀ ଏହି ସୁଧ ଉପଭୋକ୍ତାଙ୍କୁ ପ୍ରଦାନ କରାଯାଇଥାଏ । ଗୃହରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ; ହିତାଧିକାରୀମାନଙ୍କୁ କେଉଁ ଆଧାରରେ ବର୍ତ୍ତମାନ ସିକୁ୍ୟରିଟି ଜମା ଦାଖଲ ପାଇଁ ନୋଟିସ୍ ଧରାଇ ଦିଆଯାଉଛି, ଏହି ଅର୍ଥ କେଉଁ ଆଧାରରେ ଧାର୍ଯ୍ୟ କରାଯାଇଛି ପ୍ରଶ୍ନର ଉତ୍ତରରେ ଏହା ପ୍ରକାଶ କରିଛନ୍ତି ରାଜ୍ୟ ଶକ୍ତିମନ୍ତ୍ରୀ କେଭି ସିଂହଦେଓ ।
ଶ୍ରୀ ସିଂହଦେଓ କହିଛନ୍ତି ଯେ, ଟିପିକଲ୍, ଟିପିଏନ୍ଓଡିଏଲ୍, ଟିପିଡବ୍ଲୁ୍ୟଓଡିଏଲ୍, ଟିପିଏସ୍ଓଡିଏଲ୍ ଆଦି ବିଦୁ୍ୟତ୍ ବିତରକ କମ୍ପାନୀମାନେ ମୋଟ୍ ୪୯୧.୬୩ କୋଟି ଟଙ୍କାର ସିକୁ୍ୟରିଟି ଡିପୋଜିଟ୍ ଏକ ସ୍ୱତନ୍ତ୍ର ପାଣ୍ଠିରେ ଜମା ରଖିଛନ୍ତି ।