ଅବକ୍ଷୟମୁଖି ଗୃହ ସାମ୍ରାଜ୍ୟ
ମୀରା ବେଉରା : ଗ୍ରୀକ୍ବୀର ଆଲେକଜାଣ୍ଡର ଯେତେବେଳେ ସମ୍ରାଜ୍ୟ ବିସ୍ତାର କରିବାକୁ ଯାଇ ଭାରତ ଆକ୍ରମଣ କରିବାକୁ ଆସିଥିଲେ ତାଙ୍କ ମା ଆଲେକଜାଣ୍ଡରଙ୍କୁ କହିଥିଲେ, “ଦେଖ ବାପା! ଭାରତ ବର୍ଷ ହେଉଛି ପଣ୍ଡିତ, ସନ୍ଥ ଓ ବିଦ୍ୱାନମାନଙ୍କର ଦେଶ । ଯଦି ତୁମେ ଭାରତକୁ ଯାଉଛ ତେବେ ଭାରତରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ସେଠାରୁ କିଛି ବିଦ୍ୱାନ ପଣ୍ଡିତଙ୍କୁ ସାଙ୍ଗରେ ସମ୍ମାନର ସହିତ ଆଣିବ ।” ଏହା ଥିଲା ପୁତ୍ର ଆଲେକଜାଣ୍ଡରଙ୍କ ପ୍ରତି ମାଙ୍କର ଏକ ବିଶେଷ ପରାମର୍ଶ । ଛତ୍ରପତି ଶିବାଜୀ ମଧ୍ୟ ଯେଉଁ ଗୋଲକୁଣ୍ଡା ଓ ବିଜାପୁର ଜୟ କରିଥିଲେ ତାହା କେବଳ ତାଙ୍କର ମାତାଙ୍କ ପ୍ରରୋଚନାରୁ ସମ୍ଭବ ହୋଇଥିଲା । ବିଶିଷ୍ଟ ବୈଜ୍ଞାନିକ ଜଗଦୀଶ ଚନ୍ଦ୍ର ବୋଷ କେବଳ ପିଲାଦିନରୁ ତାଙ୍କ ମା’ଙ୍କଠାରୁ ଏହି ବିଜ୍ଞାନ କଥା ଶୁଣି ଶୁଣି ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାର ସୋ÷ଭାଗ୍ୟ ଲାଭ କରିଥିଲେ । ଜାତିର ପିତା ମହାତ୍ମାଗାନ୍ଧି କହିଥିଲେ “ଜଣେ ମା’ଙ୍କ ଭୂମିକା ଗ୍ରହଣ ନକଲେ ସେ ପ୍ରକୃତରେ ଶିକ୍ଷକ ହୋଇ ପାରିବନାହିଁ ।” ଫ୍ରାନ୍ସର ପ୍ରଭାବଶାଳୀ ରାଜା ନବମ ଲୁଇଙ୍କ ମା’ ମଧ୍ୟ ପିଲାବେଳେ ତାଙ୍କ୍ୁ ଠିକ୍ ସେହିକଥା କହିଥିଲେ ଯେ “ଦେଖ ବାପା! ତମେ ଯଦି ଜୀବନରେ କେବେ କୋ÷ଣସି ଅକରଣୀୟ କାମ କରିବ ମୁଁ କଦାପି ଏହା ସହ୍ୟ କରିପାରିବି ନାହିଁ । ତୁମକୁ ସିଂହାସନରେ ବସାଇବାକୁ ମଧ୍ୟ ଚାହିଁବି ନାହିଁ । ବରଂ ସିଂହାସନ ଖାଲି ରହୁ ବୋଲି ଇଚ୍ଛା ପ୍ରକାଶ କରିବି ।” ଏହା ଥିଳା ନବମ ଲୁଇଙ୍କ ପ୍ରତି ତାଙ୍କ ମା’ଙ୍କର ଏକ କଡ଼ା ଚେତାବନୀ ।
ଏହି ପ୍ରସଙ୍ଗ ଏଠାରେ ଉପସ୍ଥାପନ କରିବାର ଉଦେ୍ଦଶ୍ୟ ହେଉଛି ପରିବାର ଯଦି ହୁଏ ମାନବ ସମାଜର କେନ୍ଦ୍ରବିନ୍ଦୁ ଓ ଏକ କ୍ଷୁଦ୍ର ସାମାଜିକ ସଂଗଠନ, ତେବେ ମା’ ହେଉଛନ୍ତି ସେହି ପରିବାର ରୂପୀ ଗୃହ ସାମ୍ରାଜ୍ୟର ସାମ୍ରାଜ୍ଞୀ । ବାଲାର୍ଡଙ୍କ ମତରେ ପରିବାର ହେଉଛି ସର୍ବାପେକ୍ଷା ପ୍ରାଚୀନ ଓ ପ୍ରଭାବଶାଳୀ ଅନୁଷ୍ଠାନ, ଯେଉଁ ଅନୁଷ୍ଠାନରୁ ଆମର କୋମଳମତି ବାଳକ ବାଳିକାମାନେ ସୁଦ୍ଧ ଆଚରଣ, ବ୍ୟବହାର, ଶୃଙ୍ଖଳାଗତଜ୍ଞାନ, ଦାୟିତ୍ୱବୋଧ ଆଦି ଶିକ୍ଷା ଲାଭ କରିଥାନ୍ତି । ଶିଶୁଙ୍କ ଉନ୍ନତି ଓ ପ୍ରଗତିପାଇଁ ପରିବାରର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଆମ ପରିବାରରେ ରହୁଥିବା ପିତା, ମାତା, ଜେଜେ ବାପା, ଜେଜେ ମା’, ଦାଦା, ଖୁଡ଼ି, ଭାଇ, ଭଉଣୀଙ୍କ ଚରିତ୍ର, ଆଚରଣ ଓ ପ୍ରକୃତି ପିଲାମାନଙ୍କୁ ଖୁବ୍ ପ୍ରଭାବିତ କରେ । ଶିଶୁର ଜୀବନ ଆରମ୍ଭ ହୁଏ ଏହି ପରିବାରରୁ । ସେହିଥିପାଇଁ ତ ଫ୍ଲାଙ୍କ କହିଥିଲେ, “ପରିବାର ହେଉଛି ଏକମାତ୍ର ଅନୁଷ୍ଠାନ ଯାହାକି ଶିଶୁ ପାଳନ ଓ ଶିଶୁର ସମାଜିକୀକରଣ ପାଇଁ ଏକ ଅତ୍ୟାବଶ୍ୟକୀୟ ମାଧ୍ୟମ । ଏହା ମାଧ୍ୟମରେ ଶିଶୁ ସମାଜର ସଂସ୍କୃତି ସହିତ ପରିଚିତ ହୁଏ ଏବଂ ତାର ବ୍ୟକ୍ତିତ୍ୱ ଗଠନ ହୁଏ । ଶିଶୁର ମୋ÷ଳିକ ଆବଶ୍ୟକତା ସ୍ନେହ, ଶ୍ରଦ୍ଧା, ଭଲ ପାଇବା, ପ୍ରେମ ଇତ୍ୟାଦି ଏହି ପରିବାରରୁ ହିଁ ପୂରଣ ହୁଏ ।” ସମାଜବିତଙ୍କ ମତରେ ଅତି କମ୍ରେ ଦୁଇଟି ପିଢ଼ିକୁ ଅନ୍ତର୍ଭୁକ୍ତ କରିଥିବା ଏବଂ ବିଶେଷ ଭାବରେ ରକ୍ତ ସଂପର୍କକୁ ନେଇ ଗଠିତ ହୋଇଥିବା ଏକ କ୍ଷୁଦ୍ର ସାମାଜିକ ସଂଗଠନ ହିଁ ପରିବାର ଅଟେ । ଆଜି ଏକବିଂଶ ଶତାବ୍ଦୀରେ ପଦାର୍ପଣ କରିଥିଲେ ସୁଦ୍ଧା ପରିବାର ହିଁ ଏକମାତ୍ର ଅନୁଷ୍ଠାନ ଯେଉଁଠି ଶିଶୁର ଶାରୀରିକ, ମାନସିକ, ବୋ÷ଦ୍ଧିକ, ଆବେଗିକ, ସାମାଜିକ, ନୈତିକ ତଥା ଚରିତ୍ରର ବିକାଶ ସାଧନ ସମ୍ଭବ ହୋଇଥାଏ । ଏହି ପରିବାର ହିଁ ଶିଶୁମାନଙ୍କପାଇଁ ଏକମାତ୍ର ନିରାପଦ ସ୍ଥାନ । ଏହା ଛଡ଼ା ପିଲାମାନଙ୍କୁ ନାଗରିକ ଶିକ୍ଷା, ସମଯୋଜନ ଶିକ୍ଷା, କର୍ମ ସଂସ୍ଥାନ ଶିକ୍ଷା ଆଦି ସଂପର୍କରେ ସଚେତନ କରି ଅର୍ଥ ଅର୍ଜନ କରିବାର କୋ÷ଶଳ ମଧ୍ୟ ଏହି ପରିବାରୁହିଁ ପିଲାଟିଏ ଶିକ୍ଷା ଲାଭ କରିଥାଏ । କେବଳ ସେତିକି ନୁହେଁ, ପର୍ବ ପର୍ବାଣି, ବିବାହ ଉତ୍ସବରେ ମଧ୍ୟ ସମସ୍ତେ ଏକାଠି ମିଳିମିଶି ଉତ୍ସବ ପାଳନ କରିଥାନ୍ତି । ଜୀବନକୁ ସଂପୂର୍ଣ୍ଣ ଉପଭୋଗ କରିବାର ମାଧ୍ୟମ ହେଉଛି ଏହି ପରିବାର ।
ଏହି ପରିବାର ହିଁ ଏକମାତ୍ର ସ୍ଥାନ ଯେଉଁଠି ଜଣେ ରୋଗୀ, ଅକର୍ମଣ୍ୟ, ଯୁବକ-ଯୁବତୀ ଓ ଶିଶୁମାନେ ଶାରୀରିକ ଓ ମାନସିକ ସୁରକ୍ଷା ପାଇଥାନ୍ତି । ଆମ ପରିବାରରେ ସାଧାରଣତଃ ଯେଉଁ ସାମାଜିକ, ଅର୍ଥନୈତିକ ଓ ଘରୋଇ ସମସ୍ୟା ପାରିବାରିକ ଜୀବନକୁ ପ୍ରଭାବିତ କରୁଛି, ସେହି ସମସ୍ୟାରୁ ରକ୍ଷା ପାଇବାପାଇଁ ଏବଂ ତାହାର ଏକ ସ୍ଥାୟୀ ସମାଧାନ ଚିନ୍ତାକରିବା ବର୍ତ୍ତମାନ ସମୟରେ ପ୍ରାସଙ୍ଗିକ ହୋଇପଡ଼ିଛି । ଆମେ ପରସ୍ପର ଭିତରେ କିପରି ଉତ୍ତମ ବୁଝାମଣା ରଖି ସଦଭାବନା ଆଣି ଶାନ୍ତି ଓ ଆନନ୍ଦ ସହ ଏକାଠି ହୋଇ ଆମର ପାରିବାରିକ ସଂପର୍କକୁ ମଜଭୁତ କରି ପରସ୍ପର ସୁଖ ଦୁଃଖକୁ ବାଣ୍ଟି ସୁଖରେ ରହିବା ଏହି କଥା ଚିନ୍ତାକରିବା ମଧ୍ୟ ଜରୁରି ।
ଆଜି ଆମ ପରିବାରର ସଂସ୍କୃତି ପାଇଁ ଆମେ ଦେଶ ବିଦେଶରେ ମଧ୍ୟ ଗର୍ବିତ । ଆମ ସଂସ୍କୃତିରେ ଯୋ÷ଥ ପରବାର ହିଁ ଆମର ଶ୍ରେଷ୍ଠ ସଂପଦ । ଏକାଠି ଗୋଟିଏ ଛାତ ତଳେ ମିଳିମିଶି ଭୋଜନ କରି ଗୁରୁଜନମାନଙ୍କଠାରୁ ଯେଉଁ ସ୍ନେହ, ଶ୍ରଦ୍ଧା, ପ୍ରେମ, ଯତ୍ନ, ବାତ୍ସଲ୍ୟ, ଭଲ ପାଇବା ଓ ବିଶେଷ କରି ଯେଉଁ ସାମାଜିକ ନିରାପତ୍ତା ପାଉଥିଲେ ଆଜି କିନ୍ତୁ ତାହା ଆଉ ଦେଖାଯାଉନାହିଁ । ଯଦିଓ ସହରୀକରଣ, ଜଗତିକରଣ, ଶିଳ୍ପକରଣ ଆଳରେ ଆମ ପରିବାର ଆଜି ଯୋ÷ଥ ପରିବାରରୁ ଆସି ଏକକ ପରିବାରରେ ପଦାର୍ପଣ କରିଛେ, ତଥାପି ମାନସିକ ସ୍ତରରେ ଆମେ ଯୋଡ଼ି ହୋଇ ରହିଛୁ । ଆଜି ବି ଆମ ପରିବାର ସହିତ ଆମର ସଂପର୍କ ତୁଟିନି କି ପରିବାର ତା’ର ମୋ÷ଳିକତା ହରାଇନି । କିନ୍ତୁ ବିଦେଶରେ ପିଲାମାନେ ଟିକିଏ ବଡ଼ ହୋଇଗଲେ ସେମାନେ ପିତାମାତାଙ୍କଠାରୁ ଅଲଗା ହୋଇ ରହନ୍ତି । ଫଳରେ ସେମାନେ ପିତାମାତାଙ୍କଠାରୁ ଆଉ ଆଦର ଯତ୍ନ ପାଇ ପାରନ୍ତି ନାହିଁ । ବରଂ ସାଥିମାନଙ୍କ ମେଳରେ ରହି ବେଳେବେଳେ କୁଅଭ୍ୟାସର ବଶବର୍ତ୍ତୀ ହୋଇ ଅନେକ କୁକାର୍ଯ୍ୟରେ ଲିପ୍ତ ରହିଯାନ୍ତି, ଯାହା ଆମ ଭାରତୀୟ ପରିବାରରେ କ୍ୱଚିତ ଦେଖାଯାଏ । ଆଜି ଆମେ ଚନ୍ଦ୍ରପୃଷ୍ଠରେ ପାଦ ଥାପି ସାରିଲୁଣି, ମଙ୍ଗଳ ଗ୍ରହରେ ବାସ କରିବାକୁ ଜଳର ସନ୍ଧାନ କରୁଛୁ । ତଥାପି ଆଜି ଅନୁଭବ ହେଉଛି ଯେ ଆମ ପରିବାରଗୁଡ଼ିକ ଦିନକୁ ଦିନ ଅବକ୍ଷୟ ହୋଇ ଯାଉଛି । ବିଭିନ୍ନ ସମସ୍ୟା ଓ ପ୍ରତିକୂଳ ପରିସ୍ଥିତି ଦେଇ ଗତିକରି ସଂପର୍କରେ କେଉଁଠି ନା କେଉଁଠି ଫାଟ ସୃଷ୍ଟି ହେଉଛି । ଗୋଟିଏ ଛାତ ତଳେ ଆମେ ଆଜି ଏକାଠି ହୋଇ ରହିପାରୁନୁ । ଆମ ଭିତରେ କେଉଁଠି ନା କେଉଁଠି ବୁଝାମଣାର ଅଭାବ ରହୁଛି । ବେଳେ ବେଳେ ଅହଂକାର ମଧ୍ୟ ଆମ ସଂପର୍କ ମଝିରେ ବାଡ଼ ହୋଇ ଆମ ପାରିବାରିକ ସଂପର୍କକୁ କ୍ଷତ ବିକ୍ଷତ କରି ବିଶ୍ୱାସରେ ବିଷ ଭରିଦେଇ ଭୂମିକଂପ ସୃଷ୍ଟି କରୁଛି । ଫଳରେ ବିବାହର କିଛି ମାସ ନପୂରୁଣୁ ଛାଡ଼ପତ୍ର ଭଳି ଗୋଟିଏ କୁତ୍ସିତ ପ୍ରଥା ଆମ ପାରିବାରିକ ଜୀବନକୁ ଧ୍ୱଂସ ବିଧ୍ୱଂସ୍ତ କରିପକାଉଛି । ଏଭଳି କ୍ଷେତ୍ରରେ ଆମ ପରପିଢ଼ି ଆମଠାରୁ କଣ ଶିକ୍ଷା ଲାଭ କରିବ? ଆମ ପରିବାରକୁ ସୁସ୍ଥ ସୁନ୍ଦର କରି ଗଢ଼ି ତୋଳିବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଆବଶ୍ୟକ । ଆମର ମୂଲ୍ୟବାନ ସମୟକୁ ଆମେ ଯଦି ଏକାଠି ହୋଇ ପରସ୍ପର ଭିତରେ ସୁଖ ଦୁଃଖକୁ ବାଣ୍ଟି ଏକତା ଓ ସଦଭାବନାକୁ ରକ୍ଷା କରିବା ତେବେ ଏ ସମସ୍ୟା ଆଉ ରହିବନି । ଏକ ସୁସ୍ଥ ପରିବାର ଗଠନପାଇଁ ଅନେକ ସମସ୍ୟା ମୁଣ୍ଡ ଟେକିଛି । ସ୍ୱାସ୍ଥ୍ୟଗତ ସମସ୍ୟ ଆର୍ଥôକ ଅନାଟନ ସମସ୍ୟା, ପରିବେଶ ଜନିତ ସମସ୍ୟା ଯାହା ଆମର ପାରିବାରିକ ସମସ୍ୟାକୁ ଖୁବ୍ ପ୍ରଭାବିତ କରିଛି । ଯଦି ପରିବାର ଭିତରେ ସ୍ଥିରତା ଓ ନିରାପତ୍ତା ଆଣି ପରସ୍ପର ଭିତରେ ଉତ୍ତମ ବୁଝାମଣା ରଖିବା ଏବଂ ପରିବାରରେ ଯେଉଁ ଝଡ଼ ଆସିବ ତାକୁ ମିଳିମିଶି ସମାଧାନର ସୂତ୍ର ବାହାର କରିବା ତେବେ ଏକ ଆଦର୍ଶ ପରବାର ଗଠନର କୋ÷ଶଳ ଆମ ଭବିଷ୍ୟତର ବଂଶଧରମାନେ ଶିକ୍ଷା ଲାଭ କରିପାରିବେ । ଆଶା, ବିଶ୍ୱାସ ଓ ଉତ୍ସାହର ସହିତ ଯଦି ପରିବାରର ସମସ୍ତ ସଦସ୍ୟ ନିଜ ନିଜ ଭିତରେ ସହଯୋଗର ହାତ ବଢ଼ାଇ ପରସ୍ପର ଗୁଣକୁ ଚିହ୍ନି ସ୍ନେହ, ପ୍ରେମ, ମମତା ବନ୍ଧନରେ ସମସ୍ତଙ୍କୁ ବାନ୍ଧି ପାରିବେ ତେବେ ଆମେ ଗୋଟିଏ ସୁସ୍ଥ ସୁନ୍ଦର ପରିବାର ଗଠନ କରିବକୁ ସକ୍ଷମ ହୋଇ ପାରିବୁ । ଆଜି ଯୋ÷ଥ ପରିବାରଗୁଡ଼ିକ ଭାଙ୍ଗିଯାଇ ଏକକ ପରିବାର ହେବା ଫଳରେ ସେହି ପରିବାରରେ ଯେଉଁ ଶିଶୁଟି ବଢ଼ୁଛି ସେ ଆନ୍ତରିକତା ଅଭାବରୁ ହିଂସ୍ର, ଆକ୍ରମଣକାରୀ, ସ୍ୱାର୍ଥପର, ଅସହଯୋଗୀ, ଉଚ୍ଛୃଙ୍ଖଳିତ, ଉଦ୍ୟମହୀନ ହୋଇ ପଡ଼ୁଛି । ଆଜି ଆମେ ଶିଶୁଙ୍କ ମତାମତକୁ ପ୍ରାଧାନ୍ୟ ନ ଦେଉଥିବାରୁ ସେମାନେ ଧୀରେ ଧୀରେ ସ୍ୱେଚ୍ଛାଚାରିତା, ଅକ୍ରୋଶମୂଳକ ମନୋବୃତ୍ତି, ଅନାଗ୍ରହୀ ଓ ଅସହିଷ୍ଣୁ ହୋଇ ଯାଉଛନ୍ତି । ଫଳରେ ଆମ ସମାଜର ଅବକ୍ଷୟ ଘଟୁଛି । ପିଲାମାନେ ପିତାମାତାଙ୍କ ଅପେକ୍ଷା ସାଙ୍ଗସାଥୀ ଓ ଆୟା ପାଖରେ ଅଧିକ ସମୟ ଦେଉଛନ୍ତି । ରନ୍ଧନ କାର୍ଯ୍ୟ ଏବେ ହୋଟେଲ କରୁଛି । ସେବାକାର୍ଯ୍ୟ ଏବେ ଡାକ୍ତର ଓ ନର୍ସ କରୁଛନ୍ତି । ଏପରି ବି ଦେଖା ଯାଉଛି ଗୋଟିଏ ରୁମରେ ଗୋଟିଏ ଛାତ ତଳେ ବାପା, ମା, ପୁଅ, ଝିଅ ଚାରୋଟି ମୋବାଇଲ ଧରି ଘରର ଚାରିକୋଣକୁ ମୁହଁ କରି ବସୁଛନ୍ତି ଅଥଚ କେହି କାହା ସହିତ କଥା ପଦେବି ହେଉ ନାହାନ୍ତି । ଏହାଠାରୁ ବଳି ଦୁଃଖ କଣ ଅଛି? କେହି କାହାର ଭାବକୁ ଓ ଆବେଗକୁ ପରିପ୍ରକାଶ କରୁନାହାନ୍ତି । ଫଳରେ ମନରେ ଆନେକ ଦୁଃଖ ବରଫ ପରି ଜମାଟ ବାନ୍ଧୁଛି । ନା ଏକାଠି ଭୋଜନ ଅଛି ନା ଏକାଠି ପୂଜା ଉପାସନା ଅଛି । ଅନ୍ଧବିଶ୍ୱାସ କହି ସବୁକୁ ଆମେ ଏଡ଼ାଇ ଦେଉଛୁ । ମନସ୍ତତ୍ତ୍ୱବିଦ୍ମାନେ କୁହନ୍ତି, ଶିଶୁଟି ଯଦି ଜେଜେମା, ଜେଜେ ବାପାଙ୍କ ଗହଣରେ ରହେ ତେବେ ସେ ଅଧିକ ବୁଦ୍ଧିମାନ ହୁଏ । ଖାଇବା, ପିନ୍ଧିବା, ସ୍ୱାର୍ଥ ତ୍ୟାଗ କରିବା, ଗୁରୁଜନଙ୍କୁ ସମ୍ମାନ କରିବା ଏସବୁ ଗୁଣ ପିଲାମାନେ ପରିବାରରୁ ଶିକ୍ଷାଲାଭ କରିଥାନ୍ତି । ସେଇଥିପାଇଁ ତ ଭକ୍ତକବି ମଧୁସୂଦନ ରାଓ ଲେଖିଥିଲେ,
“ବୈକୁଣ୍ଠ ସମାନ ଆହା ଅଟେ ସେହି ଘର
ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।ା”
ଆମ ଭାରତୀୟ ସଂସ୍କୃତିରେ ନାରୀ ହେଉଛି ଗୃହସ୍ୱର୍ଗର ଅଧିଷ୍ଠାତ୍ରୀ ଦେବୀ । ପରିବାରର କେନ୍ଦ୍ରବିନ୍ଦୁ । କେବେ ଜାୟା, କେବେ ଦୁହିତା, ମା ଓ ଭଗ୍ନୀ ରୂପରେ ପରିବାରକୁ ପ୍ରତିପୋଷଣ କରେ । ନାରୀ ଚାହିଁଲେ ସେ ପରିବାର ସ୍ୱର୍ଗ ହୁଏ, ତା’ର ଦୟା, କ୍ଷମା,ପ୍ରେମ, ତ୍ୟାଗ, ତିତିକ୍ଷା, ଶ୍ରଦ୍ଧା, ମମତା, ପ୍ରତିଦାନରେ ପରିବାର ହସିଉଠେ । ସେ ଯେଉଁଭଳି ମନ ନେଇ ଅନ୍ନ ରାନ୍ଧିବ ଏବଂ ପରଶିବ ତାହା ସେଇଭଳି ପ୍ରତିପୋଷଣ କରିବ ଏବଂ ତାର ଚିନ୍ତା, ଚେତନା ପରିବାରକୁ ସଦ୍ବୁଦ୍ଧି ଦେବ । ଯେଉଁଠି ମା’କୁ ସମ୍ମାନ ଦିଆଯାଏ ସେଠାରେ ପରିବାର ସ୍ୱର୍ଗ ହୁଏ । ଯେଉଁ ପରିବାରରେ ନାରୀଟିଏ ଗୁରୁଜନମାନଙ୍କୁ ସମ୍ମାନ ଦିଏ ସୋ÷ହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର କରେ ସେ ଗୃହ ଓ ପରିବାର ସ୍ୱର୍ଗ ପାଲଟି ଯାଏ । ନାରୀ ହିଁ ପ୍ରୀତି, କରୁଣା, ମଧୁର ବ୍ୟବହାର, ବାତ୍ସଲ୍ୟ, ଦୟା, ପ୍ରେମ, ତ୍ୟାଗ ଓ ତିତିକ୍ଷାର ପ୍ରୟୋଗଶାଳା । ନାରୀ ପୁଣି ପରିବାର, ସମାଜ, ରାଷ୍ଟ୍ର ଓ ସଂସାରକୁ ସନ୍ତାନ ରୂପକ ଜୀବନ୍ତ ଉପହାର ପ୍ରଦାନ କରି ସନ୍ଥ, ସମ୍ରାଟ, ବୈଜ୍ଞାନିକ, ଚିତ୍ରକର, ଶିଳ୍ପୀ, ଚିକିତ୍ସକଙ୍କୁ ଜନ୍ମଦିଏ । ବୁଦ୍ଧିମତୀ ଗୃହିଣୀ ହିଁ ଯଶସ୍ୱୀ ଓ ବଳିଷ୍ଠ ପରିବାର ଗଠନ କରିବାରେ ସକ୍ଷମ ହୁଏ, ଯାହାର ତେଜରେ ଗୃହ ସାମ୍ରାଜ୍ୟ ଦେଦୀପ୍ୟମାନ ହୁଏ । ପତି, ସନ୍ତାନ ଓ ଆତ୍ମୀୟ ସ୍ୱଜନମାନେ ତାର ସ୍ନେହପୂର୍ଣ୍ଣ ଦୃଷ୍ଟି ଦ୍ୱାରା ନିଜକୁ ସଂସ୍କାରିତ କରି ନିଅନ୍ତି । ନାରୀ ପୁଣି ଜାୟା ଯିଏ ପୁରୁଷକୁ ଜନ୍ମଦିଏ, ସେ ଚାହିଁଲେ ଗୋଟିଏ ସୁସ୍ଥ, ସୁନ୍ଦର ଉତ୍ତମ ପରିବାର ଗଠନ କରି ସମାଜର ତଥା ରାଷ୍ଟ୍ରର ବିକାଶରେ ସହଭାଗୀ ହେବ, ଏଥିରେ ସନେ୍ଦହ ନାହିଁ ।
କଟକ
ମୋ: ୭୮୪୬୯୨୧୪୦୦