ଅର୍ଥ ପାଇଁ ନିୟମ ମାନୁନି ବ୍ଲକ୍ ପ୍ରଶାସନ
ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କାର୍ଯ୍ୟାଳୟ ପରିସରରେ ନୁଆ ଗୃହ ନିର୍ମାଣ କରାଯିବା ଆଳରେ ପୁରୁଣା ଗୃହକୁ ସରକାରୀ ନିତି ନିୟମକୁ ଅନୁସରଣ କରାନଯାଇ ରାତି ଅଧିଆ ଭଙ୍ଗାଯିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ୫ବର୍ଷ ମଧ୍ୟରେ ୩ରୁ ଅଧୀକ ଘର ଭଙ୍ଗା ଯାଇଥିବା ବେଳେ ବ୍ଲକ ପ୍ରଶାସନ ଓ କିଛି ରାଜନୈତିକ ଦଳ ବ୍ୟକ୍ତିଙ୍କ ମିଳିତ ସହଯୋଗରେ ଆସବାବ ପତ୍ର ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଛି । ପାଖାପାଖି ୩ବର୍ଷ ତଳେ ପଞ୍ଚାୟତ ସମିତି ର ପୁରୁଣା ଗୃହ କୁ ରାତି ଅଧିଆ ଭଙ୍ଗାଗଲା । ଏଥିରେ ଥିବା କବାଟ,ଝରକା,ଲୁହା ଉପକରଣ,ଦାମି ଆଲମିରାକ ଇତ୍ୟାଦି ଆସବାବ ପତ୍ର ବିକ୍ରି ରେ ଯାହା ମିଳିଲା ମିଳିମିଶି ଚଳୁ କରିଦେଲେ । ନିଲାମ କରାଯାଇଥିଲେ ପାଖପାଖି ୫ଲକ୍ଷ ଟଙ୍କା ସରକାରଙ୍କ ରାଜକୋଷକୁ ଯାଇଥାନ୍ତା । ସେହିଭଳି ଶୁକ୍ରବାର ଅନ୍ୟ ଏକ ପୁରୁଣା ଗୃହ ହଠାତ ବିନା ନୋଟିସରେ ଭାଙ୍ଗି ଦିଆଯାଇଛି । ଏଥିଲାଗି କୌଣସି ସରକାରୀ ନିୟମ ଅନୁସରଣ କରାଯାଇନଥିବା ଅଭିଯୋଗ ହୋଇଛି । କାଳେ ନୂଆ ଗୃହର ଶୁଭ ଲାଗି ଏଭଳି ତରବରିଆ ଘର ଭଙ୍ଗା ଯାଉଥିବା କୁହାଯାଉଛି । ସେହିଭଳି ବିଭିନ୍ନ ସମୟରେ ଯେଉଁ ନୁତନ ଗୃହ ନିର୍ମାଣ କରାଯାଉଛି ଅଧିକାଂଶ ବିନା ଟେଣ୍ଡରରେ ନିର୍ଦ୍ଦିଷ୍ଟ ଦଳର ଲୋକଙ୍କୁ ଏହି କାର୍ଯ୍ୟ ଦିଆଯାଉଛି । ଯେଉଁଥିପାଇଁ କାମ ନିମ୍ନ ମାନର ହେଉଥିବା କୁହାଯାଉଛି । ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ଉତ୍ତମ କୁମାର ସାହୁଙ୍କୁ ପଚାରିବାରେ ଭଙ୍ଗା ଯାଉଥିବା ଗୃହଟି ବହୁ ପୁର୍ବରୁ ଅସୁରକ୍ଷିତ ଘୋଷାଣା କରାଯାଇଥିବା କହିଛନ୍ତି ।