ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ ପଞ୍ଚାୟତସ୍ତରରେ କଲେ ଅଭିଯୋଗ ଶୁଣାଣି
ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବ୍ଲକ୍ସ୍ତରରେ ହେଉଥିବା ବେଳେ, ପଞ୍ଚାୟତ ସ୍ତରରେ ସରକାରୀ ଯୋଜନାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଆଉ ପାଦେ ଆଗକୁ ଯାଇଛନ୍ତି । ସେ ତାଙ୍କର ଅଭିଯୋଗ ଶୁଣାଣିକୁ ବ୍ଲକ୍ ପରିବର୍ତ୍ତେ ପଞ୍ଚାୟତସ୍ତରରେ କରିଛନ୍ତି । ଏହି କ୍ରମରେ ସେ ଗତ ୧୪ ତାରିଖରୁ ଉପାନ୍ତ ଅଞ୍ଚଳ ଦାମିଆ ବରବରା ପଞ୍ଚାୟତ, ବାଣପୁର ବ୍ଲକ୍ରୁ ଆରମ୍ଭ କରିଛନ୍ତି । ୨୫ ତାରିଖରେ ଚିଲିକା ବ୍ଲକ ଅନ୍ତର୍ଗତ, ଡୁଙ୍ଗମାଳ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ଏହି ପଦକ୍ଷେପକୁ ଅଧିକ ଲୋକାଭିମୁଖୀ କରିବାକୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଯାଇଛି । ଏହି ଜନ ଶୁଣାଣିରେ ମୋଟ୍ ୧୨୮ଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିଲା । ସେଥିମଧ୍ୟରୁ ୧୧୪ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୧୧ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା । ସର୍ବମୋଟ ୩୩୨ ଜଣଙ୍କୁ ୧,୧୩,୬୩,୪୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା । ପୁନଶ୍ଚ, ଓଡ଼ିଶା ଅଣ ସଂଗଠିତ ସାମାଜିକ ସୁରକ୍ଷା ବୋର୍ଡÿ ଅଧୀନରେ ପଞ୍ଜିକୃତ ୫୪ ଶ୍ରମିକଙ୍କ ମୁତୃ୍ୟକାଳୀନ ଏହି ଶିବିରକୁ ଜିଲ୍ଲା ଶ୍ରମ ଅଧିକାରୀ ପ୍ରଭାକର ବିଶ୍ୱାଳ ପରିଚାଳନା କରିଥିଲେ । ସହକାରୀ ଶ୍ରମ ଅଧିକାରୀ ସୌମ୍ୟ ରଞ୍ଜନ କର ଓ କଲ୍ୟାଣ ସଂଯୋଜକ ଲମ୍ବୋଦର ରାଉତ ବ୍ୟାପକ ସଚେତନତା କରାଉଥିଲେ । ଏହି ମିଳିତ ଜନଶୁଣାଣି ଅବସରରେ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ଚିଲିକା ବ୍ଲକ୍ ଅଧ୍ୟକ୍ଷା ଜ୍ୟୋସô୍ନା ରାଣୀ ବେହେରା, ସିଡିଏମ୍ଓ/ ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର, ବିଡିଓ ଖୋର୍ଦ୍ଧା ଓ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।