ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ସାଧାରଣ ସଭା

 ପୁରୀ:  ଓଡ଼ିଶାର ଅନ୍ୟତମ ପୂରାତନ ଅଗ୍ରଣୀ ସମବାୟ ଅନୁଷ୍ଠାନ ଦି ପୁରୀ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିବାର ସୌଭାଗ୍ୟ ଅଜ୍ଜର୍୍ନ କରିଛି । ବ୍ୟାଙ୍କର ମୋଟ ଜମା ପରିମାଣ ୧୦୫କୋଟି ୭୭ଲକ୍ଷ ୭୭ହଜାର ୩୮୨ଟଙ୍କାରେ ପହଞ୍ଚôଥିବା ବେଳେ ଋଣ ଦିଆଯାଇଛି ୫୨କୋଟି ୪ଲକ୍ଷ ୩୫ହଜାର ୫୨୦ଟଙ୍କା । ବ୍ୟାଙ୍କର ସଭ୍ୟ ସଂଖ୍ୟା ସଂପ୍ରତି ୪୪୧୫୧ରେ ପହଞ୍ଚôଛି ଏବଂ ଅଂଶୀଦାରମାନଙ୍କୁ ଶତପ୍ରତିଶତ ଲାଭାଂଶ ପ୍ରଦାନ କରାଯାଉଛି । ୨୦୨୪-୨୫ ଆର୍ଥିକ ବର୍ଷରେ ବ୍ୟାଙ୍କର ଲାଭର ପରିମାଣ ୫୩ଲକ୍ଷ ୪୯ହଜାର ଟଙ୍କା । ଏହାର ଅଂଶଧନ ୨କୋଟି ୨୧ଲକ୍ଷ ୯୨ହଜାର ୭୮୮ଟଙ୍କା ବୋଲି ବ୍ୟାଙ୍କର ପରିଚାଳନା କମିଟି ସଭାପତି ଗୁଣଧର ଦାସମହାପାତ୍ର ସୂଚନା ଦେଇଛନ୍ତି । ଆଜି ବ୍ୟାଙ୍କ ପରିସରରେ ଆୟୋଜିତ ୮୦ତମ ବାର୍ଷିକ ସାଧାରଣ ସଭାରେ ଅଧ୍ୟକ୍ଷତା କରି ଶ୍ରୀ ଦାସମହାପାତ୍ର କହିଥିଲେ ଯେ ୧୯୪୫ମସିହାରେ ମାତ୍ର ୩ହଜାର ଟଙ୍କା ମୂଳଧନରେ ସହରର ୪୦ଜଣ ସମବାୟବିତଙ୍କୁ ନେଇ ସେ ସମୟର ଜଣେ ଲବ୍ଧ ପ୍ରତିଷ୍ଠିତ ଓକିଲ ସ୍ୱର୍ଗତ ଆର୍ତ୍ତବନ୍ଧୁ ଦାସଙ୍କ ଦ୍ୱାରା ଏହି ବ୍ୟାଙ୍କ ପ୍ରତିଷ୍ଠିତ ହୋଇଥିଲା । ପ୍ରତିଷ୍ଠା ହେବା ଦିନ ଠାରୁ ବ୍ୟାଙ୍କ ସମାଜର ଗରିବ ନିଷ୍ପେଷିତମାନଙ୍କର ଆର୍ଥିକ ଅଭିବୃଦ୍ଧି ପାଇଁ କରିଥିବା ସଂକଳ୍ପ ଏବେ ବି ଅବ୍ୟାହତ ରହିଛି । ସଭ୍ୟସଭ୍ୟା ଓ ଜମାକାରୀମାନଙ୍କ ସାହାଯ୍ୟ ସହଯୋଗରେ ଏହି ବ୍ୟାଙ୍କ ରାଜ୍ୟର ଏକ ପ୍ରତିଷ୍ଠିତ ଅର୍ବାନ ବ୍ୟାଙ୍କ ରୂପେ ସ୍ୱୀକୃତି ଲାଭ କରିଛି । ବ୍ୟାଙ୍କର ଭାରପ୍ରାପ୍ତ ସଂପାଦକ ରାମକୃଷ୍ଣ ପୂଜାପଣ୍ଡା ଲାଭକ୍ଷତିର ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ନିଦେ୍ର୍ଦଶକ ଗୀତାଞ୍ଜଳି ପଣ୍ଡା, ରଂଜନା ଦାସ, ଦେବରାଜ ସାହୁ, ରବିନାରାୟଣ ଦାଶ, ସରୋଜ କୁମାର ନାୟକ, ରେଣୁବାଳା ପଣ୍ଡା, ସରସ୍ୱତୀ ସାହୁ ଓ ବ୍ୟାଙ୍କର ସଦସ୍ୟ ସବ୍ୟସାଚୀ ମହାପାତ୍ର ପ୍ରମୁଖ ଅଭିଭାଷଣ ଦେଇ ବ୍ୟାଙ୍କର ଉତରୋତ୍ତର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବ ଓ ପରାମର୍ଶ ଦେଇଥିଲେ । ଏହି ଅବସରରେ ବ୍ୟାଙ୍କର ବିବରଣୀ ପୁସ୍ତିକା ଉନ୍ମୋଚିତ ହୋଇଥିଲା ।