ସଂକଳ୍ପ ଫାଉଣ୍ଡେସନର ବାର୍ଷିକୋତ୍ସବ
ପୁରୀ: ପୁରୀ ଖଡ଼ିପଦା ସ୍ଥିତ ସଂକଳ୍ପ ଫାଉଣ୍ଡେସନ ଟ୍ରଷ୍ଟର ଷଷ୍ଠତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ କୁମାର ମହାରାଣା, ବାସେଳୀ ସାହି ଥାନା ଅଧିକାରୀ ମାନସ ବାରିକ, ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ଖଡ଼ିପଦା ସରପଞ୍ଚଙ୍କ ପ୍ରତିନିଧି ଅଜୟ କୁମାର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରସାସୁଷମା ସାହୁ, ସମାଜସେବୀ ରବୀନ୍ଦ୍ର ନାଥ ପଣ୍ଡା, ବିଶିଷ୍ଟ କବି ରବୀନ୍ଦ୍ର ନାଥ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ । ଏହାପରେ ଅନୁଷ୍ଠାନର ସଭାପତି ଅତିଥି ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ସଂକଳ୍ପ ଫାଉଣ୍ଡେସନ ହେଉଛି ଗୋଟିଏ ନୀରାଶ୍ରୟର ଏନ୍ତୁଡ଼ି ଶାଳ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଏହାପରେ ଅନ୍ତୋବାସୀ ମାନଙ୍କ ଦ୍ୱାରା ଏକ କ୍ଷୁଦ୍ର ନାଟକ ଘରୁ ଯଦି ତଡ଼ା ଖାଇବା ସଂକଳ୍ପରେ ମୁଣ୍ଡ ଗୁଞ୍ଜିବା ପରିବେଷଣ କରାଯାଇଥିଲା । ସମସ୍ତ ଉପସ୍ଥିତ ଅତିଥି ଏବଂ ଦର୍ଶକମାନେ ବିଭୋର ହୋଇଥିଲେ । ଅତିଥିମାନଙ୍କ ପକ୍ଷରୁ ପୁରସ୍କାର ବିତରଣ କରାଯାଇଥିଲା । ଏହାପରେ କୁନି କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସଂପାଦିକା ଶ୍ରାବଣୀ ପାଢୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।