ଅଟୋ ଚାଳକଙ୍କ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର
ାା ପ୍ରଭାନୁ୍ୟଜ୍ ।ା ପୁରୀ: ପୁରୀରେ ଯାତ୍ରୀ ପରିବହନ ଓ ଅଟୋ ଚଳାଚଳ କ୍ଷେତ୍ରରେ କୌଣସି ମାର୍ଗଦର୍ଶିକା ନଥିବାରୁ ଅଟୋଚାଳକମାନେ ପୋଲିସ ଜୁଲମର ଶିକାର ହେଉଛନ୍ତି । କେତେବେଳେ ପୋଲିସ ବିନା କାରଣରେ ଗାଡ଼ି ଭିଡ଼ି ନେଇ ଦିନ ଦିନ ଧରି ଥାନାରେ ଅଟକ ରଖୁଛି ଓ କେତେବେଳେ ମାତ୍ରାଧିକ ଜୋରିମାନା ଆଦାୟ କରୁଛି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ବିଭିନ୍ନ ସ୍ଥାନରେ ଅଟୋ ରଖିବା ପାଇଁ ତଳିଆ ପୋଲିସ କର୍ମଚାରୀମାନେ ମୋଟା ଅଙ୍କର ଚାନ୍ଦା ଆଦାୟ କରୁଛନ୍ତି । ମାର୍କେଟ ଛକରେ ଟଙ୍କା ଦେଉଥିବା ଅଟୋକୁ ପୋଲିସ ମରିଚିକୋର୍ଟ ପର୍ଯ୍ୟନ୍ତ ଛାଡ଼ୁଛି ବୋଲି ଶ୍ରୀକ୍ଷେତ୍ର ଅଟୋଚାଳକ ୟୁନିୟନ ପକ୍ଷରୁ ଅଭିଯୋଗ କରାଯିବା ସଂଗେସଂଗେ ଆରକ୍ଷୀ ଅଧୀକ୍ଷକଙ୍କ ଉଦେ୍ଧଶ୍ୟରେ ୬ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ୟୁନିୟନର ସଭାପତି ଶରତ କୁମାର ରାୟଗୁରୁଙ୍କ ନେତୃତ୍ୱରେ ସାଧାରଣ ସଂପାଦକ କୃପାସିନ୍ଧୁ ପଣ୍ଡା, ରାଜକିଶୋର ସାହୁ, ନୀଳକଣ୍ଠ ବେହେରା, ଓ ପୂର୍ଣ୍ଣ ମୁଦୁଲିଙ୍କ ସମେତ ଶତାଧିକ ଅଟୋ ଚାଳକ ଜିଲ୍ଳା ପୋଲିସ ମୁଖ୍ୟାଳୟକୁ ଯାଇ ଆରକ୍ଷୀ ଅଧୀକ୍ଷକଙ୍କୁ ସେମାନଙ୍କ ଅଭିଯୋଗ ଓ ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏଥିରେ ଅଭିଯୋଗ କରାଯାଇଛି ଯେ ପୂର୍ବରୁ ମାର୍କେଟ ଛକରେ ୟୁନିୟନର ଅଟୋଚାଳକମାନଙ୍କୁ ବେପାର କରିବାର ସୁଯୋଗ ଦିଆଯାଉଥିଲା । ଏବେ ଟ୍ରାଫିକ ପୋଲିସ ସେମାନଙ୍କୁ ବସିବାକୁ ନଦେଇ ମାସିକିଆ ବଟି ଦେଉଥିବା ଅଟୋଚାଳକମାନଙ୍କୁ ସୁଯୋଗ ଦିଆଯାଉଛି । ସହରର ବିଭିନ୍ନ ଛକ ଜାଗାରେ ଷ୍ଟାଣ୍ଡ ନାମରେ ବେଆଇନ ଭାବେ ହଜାର ହଜାର ଟଙ୍କା ଆଦାୟ କରାଯାଉଛି । ଯାତ୍ରୀ ପରିବହନ ପାଇଁ ମାର୍ଗଦର୍ଶିକା ଜାରି କରାଯିବା ସହ ଅଟୋ ରଖିବା ପାଇଁ ବିଭିନ୍ନ ଛକ ଜାଗାରେ ସ୍ଥାନ ନିରୂପଣ, ଅଟୋ ରିକ୍ସାମାନଙ୍କୁ ଟାଉନବସ ଭଳି ମରିଚିକୋଟ ପର୍ଯ୍ୟନ୍ତ ଯିବା ପାଇଁ ଅନୁମତି ପ୍ରଦାନ, ଟ୍ରାଫିକ ପୋଲିସ ଦ୍ୱାରା ବିନା କାରଣରେ ଅଟୋକୁ ଥାନାରେ ଅଟକ ରଖାଯାଇ ଜୋରିମାନା ଆଦାୟ ବନ୍ଦ କରାଯିବା, ଟ୍ରାଫିକ ଥାନାରେ ଥିବା କର୍ମଚାରୀମାନଙ୍କୁ ତୁରନ୍ତ ବଦଳି, ସହରର ବିଭିନ୍ନ ସ୍ଥାନରେ ଥିବା ଷ୍ଟାଣ୍ଡ ଉଚ୍ଛେଦ କରାଯାଇ ପୁରୀ ସହରରେ ଫ୍ରି ଜୋନ ଘୋଷଣା, ଅଟୋଚାଳକମାନଙ୍କୁ ଏକକ ପରିଚୟ ପତ୍ର ପ୍ରଦାନ, ମରିଚିକୋଟ ଛକ, ମାର୍କେଟ ଛକ, ବସ୍ଷ୍ଟାଣ୍ଡ, ଦିଗବାରେଣୀ ଓ ଚୈତନ୍ୟ ଛକରେ ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇବା ଓ ଗାଡ଼ିରେ ଚଡାଇବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବା, ତଥା ସିଟି ଡ଼ି.ଏସ୍ପିଙ୍କ ତତ୍ତ୍ୱାବଧାନରେ ଏକ ବିଧିବଦ୍ଧ କମିଟି ଗଠନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବାକୁ ୟୁନିୟନ ପକ୍ଷରୁ ଦାବି କରାଯାଇଛି । ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି ଆରକ୍ଷୀ ଅଧୀକ୍ଷକ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।