ଏନ୍ଏସିକୁ ନେଇ ବିଜେଡ଼ିର ପ୍ରସ୍ତୁତି ବୈଠକ
ଗୋପ : ପୁରୀ ଜିଲ୍ଲାର ସର୍ବପୁରାତନ ବ୍ଲକ୍ ହେଉଛି ଗୋପ ବ୍ଲକ୍ । ଏହାର ଜନସଂଖ୍ୟା ଓ ଅନ୍ୟାନ୍ୟ ଦୁଷ୍ଟିକୋଣରୁ ଏକ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀର ମାନ୍ୟତା ମିଳିବା କଥା । କିନ୍ତୁ ପୂର୍ବର ସ୍ଥାନୀୟ ରାଜନେତାଙ୍କ ଇଛାଶକ୍ତି ଅଭାବ ହେତୁ ଆଜି ଗୋପ ବ୍ଲକ୍ଟି ନିର୍ବାଚନ ମଣ୍ଡଳୀରୁ ବଞ୍ଚିତ । ୩୧ଗୋଟି ପଞ୍ଚାୟତ ଓ କୋଣାର୍କର ବିଜ୍ଞାପିତ ଅଞ୍ଚଳକୁ ନେଇ ଗଠିତ ଏହି ଗୋପ ବ୍ଲକ୍ । ବିଗତ ୨୦୧୧ ପରଠାରୁ ଆଉ ଜନଗଣନା ଏବଂ ସୀମାନିର୍ଦ୍ଧାରଣ ମଧ୍ୟ ହୋଇନାହିଁ । ଏନେଇ ଗତକାଲି ଗୋପ ବ୍ଲକ୍ ବିଜେଡି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ମହାଦେବଙ୍କ ପୀଠରେ ଅନୁଷ୍ଠିତ ହୋଯାଇଛି । ଆସନ୍ତା ସେପ୍ଟେମ୍ବର ୨ରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଗୋପ ବ୍ଲକ୍ ବିଡିଓଙ୍କୁ ଗୋପକୁ ଏନ୍ଏସି ସମ୍ପର୍କିତ ଏକ ପତ୍ର ପ୍ରଦାନ କରାଯିବ । ସେଥିପାଇଁ ଗୋପ ବ୍ଲକ୍ ଯୁବନେତା ବଇଲୋଚନ ସାହୁଙ୍କ ଡାକରାରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋପ ଅଞ୍ଚଳର ବରିଷ୍ଠ ନେତୃତ୍ୱ ମଣ୍ଡଳୀ ଯୋଗ ଦେଇଥିଲେ । ପୂର୍ବତନ ଗୋପ ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ମହାପାତ୍ର, ପୂର୍ବତନ ସାଂସଦଙ୍କ ପ୍ରତିନିଧି ସୁକାନ୍ତ ମହାନ୍ତି, ମହେଶ୍ୱର ସ୍ୱାଇଁ, ଗଦାଧର ସାମନ୍ତରା, ସୁଧାଂଶୁ ମୋହନ ସେନାପତି, ରମେଶ ବାରିକ, ଗୋଲାମ ଅହମ୍ମଦ, ବକସ ମହମ୍ମଦ, ମଜିଡ ସେକ୍ ତୟା, ସାରଫରାଜ ଖାନ, ଅଜୟ କୁମାର ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
