ଅସୁରକ୍ଷିତ ଅଭୟାରଣ୍ୟ ବାହାରେ ‘ବାଘ’
ଆନ୍ତର୍ଜାତିକ ବାଘ ଦିବସ ପାଳନ ଅବସରରେ ଦେଶରେ ବାଘ ସଂଖ୍ୟା ବୃଦ୍ଧି ନେଇ ଯେଉଁ ରିପୋର୍ଟ ପ୍ରକାଶିତ ହୋଇଛି, ତାହା ନିଶ୍ଚିତ ଭାବେ ଖୁସିର ବାହାକ ଜାତୀୟ ବାଘ ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ମୋଟ ବାଘ ସଂଖ୍ୟା ୩୬୮୨ରେ ପହଁଚିଛି । ୨୦୧୦ ମସିହାରେ ଦେଶରେ ମୋଟ ବାଘ ସଂଖ୍ୟା ୧୭୦୬ ଥିଲା । ଗତ ୧୫ବର୍ଷ ମଧ୍ୟରେ ଦେଶରେ ବାଘସଂଖ୍ୟା ଦ୍ୱିଗୁଣିତ ହୋଇଛି । ଯାହାକି ବାଘବଂଶ ବୃଦ୍ଧି ନେଇ ସଂକେତ ପ୍ରଦାନ କରୁଛି । ସେହିପରି ଏନଟିସିଏ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ୨୦୨୧ରୁ ୨୦୨୫ ମଧ୍ୟରେ ଦେଶରେ ମୋଟ ୬୬୭ଟି ବାଘଙ୍କର ମୃତୁ୍ୟ ଘଟିଛି । କିନ୍ତୁ ଚିନ୍ତାର ବିଷୟ ଏହା ଯେ, ବାଘଙ୍କ ମଧ୍ୟରୁ ୩୪୧ଟି ଅର୍ଥାତ ୫୧ ପ୍ରତିଶତରୁ ଅଧିକ ବାଘର ଶିକାରୀଙ୍କ ଗୁଳିରେ ବାଘ ସଂରକ୍ଷଣ ପ୍ରକଳ୍ପ ବାହାରେ ମୃତୁ୍ୟ ଘଟିଛି । ସେହିପରି ୨୦୧୨ରୁ ୨୦୨୪ ମଧ୍ୟରେ ୪୨ପ୍ରତିଶତ ବାଘର ଶିକାରି ଗୁଳିରେ ମୃତୁ୍ୟ ଘଟିଥିଲା । ତେବେ ୨୦୨୩ ବର୍ଷରେ ସର୍ବାଧିକ ୧୮୨ଟି ବାଘର ମୃତୁ୍ୟ ଘଟିଥିବା କୁହାଯାଇଛି । ସେହିପରି ୨୦୨୧ରେ ୧୨୭ଟି ବାଘର ମୃତୁ୍ୟ ଘଟିଥିବାବେଳେ ୨୦୨୨ରେ ୧୨୧ଟି ବାଘର ମୃତୁ୍ୟ ଘଟିଥିଲା ବୋଲି ସରକାରୀ ରିପୋର୍ଟରେ କୁହାଯାଇଥିବାବେଳେ ବାସ୍ତବରେ ବାଘ ମୃତୁ୍ୟ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ବେସରକାରୀ ଭାବେ ଗବେଷକମାନେ ମତ ଦିଅନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦେଶର ବିଭିନ୍ନ ରାଜ୍ୟ ତଥା ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଛତିଶଗଡ, ବିହାର, ଉତ୍ତରପ୍ରଦେଶ, ଓଡିଶା, କେରଳ, ତାମିଲନାଡୁ, ତେଲେଙ୍ଗାନା, ଝାଡଖଣ୍ଡ, ଉତ୍ତରାଖଣ୍ଡ, ଆଦି ରାଜ୍ୟରେ ବାଘ ଥିବାବେଳେ ଦେଶରେ ମୋଟ ୫୮ଟି ବ୍ୟାଘ୍ର ଅଭୟାରଣ୍ୟ ରହିଛି । ଏହି ଅଭୟାରଣ୍ୟ ଗୁଡିକରେ ୩୬୮୨ଟି ବାଘ ଥିବାବେଳେ ଅଭୟାରଣ୍ୟ ବାହାରେ ୧୦୦ରୁ ଊଦ୍ଧ୍ୱର୍ ଥିବା କୁହାଯାଏ । ଆମ ରାଜ୍ୟରେ ୪୨ଟି ମହାବଳ ବାଘ ଥିବା ବ୍ୟାଘ୍ର ଗଣନା ରିପୋର୍ଟରୁ ଜଣାଯାଏ । ଆମ ରାଜ୍ୟରେ ଦୁଇଟି ବାଘ ଅଭୟାରଣ୍ୟ ରହିଛି । ସେଥିମଧ୍ୟରୁ ଶିମିଳିପାଳରେ ୩୦ରୁ ଊଦ୍ଧ୍ୱର୍ ବାଘ ଅଛନ୍ତି । ୧୯୫୬ ମସିହାରୁ ଦେଶ ଚିତା ବାଘ ଶୂନ୍ୟ ହୋଇପଡିଥିବାବେଳେ ଏହାର ବଂଶବୃଦ୍ଧି ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ଗୁଡିକରୁ ଦୁଇଟି ପର୍ଯ୍ୟାୟ ୧୯ଟି ଚିତାବାଘ ଅଣାଯାଇ ବିଭିନ୍ନ ଅଭୟାରଣ୍ୟରେ ରଖାଯାଇଛି । ଏବେ ଦେଶରେ ଚିତାବାଘ ସଂଖ୍ୟା ୨୪ରେ ପହଁଚିଥିବା ଜଣାଯାଏ । ଦେଶରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ଦୀର୍ଘ ୫୦ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ପ୍ରୟାସ ଜାରି ରହିଛି । ଏହି ଜଙ୍ଗଲୀ ବିରାଡି’ର ସୁରକ୍ଷା ଏକ ଆହ୍ୱାନ ହୋଇଥିବା ସମୟରେ ଏବେ ବହୁ କଠିନ ସମୟ ଦେଇ ଗତି କରୁଛି ବୋଲି କୁହାଯାଇପାରେ । ବିଶେଷ କରି ଜଙ୍ଗଲ କ୍ଷୟ, ମାନବ ବସତି ସଂପ୍ରସାରଣ, ଜଙ୍ଗଲ କାଟି ଶିଳ୍ପକାରଖାନା ପ୍ରତିଷ୍ଠା, ରେଳ ଲାଇନ ସଂଯୋଗ, କଙ୍କ୍ରିଟ ନିର୍ମାଣ, ଜଙ୍ଗଲ ପୋଡି, ଆଖିବୁଜା ଗଛକଟା ଯୋଗୁଁ ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ସେହିପରି ଅନିୟମିତ ବର୍ଷା ଏବଂ ଜଳବାୟୁର ଦ୍ରୃତ ପରିବର୍ତନ ଯୋଗୁଁ ଏହି ଜଙ୍ଗଲୀ ରାଜାଙ୍କ ପାଇଁ ଏବେ ଜଙ୍ଗଲ ଅସୁରକ୍ଷିତ ହୋଇପଡିଛି । ଆହୁରି ମଧ୍ୟ ଜଙ୍ଗଲରେ ହରିଣ, କୁଟୁରା, ନୀଳଗାଈ ଆଦି ପଶୁଙ୍କ ସଂଖ୍ୟା ହ୍ରାସ ପାଇବା ଯୋଗୁଁ ଖାଦ୍ୟ ପାଇଁ ବାଘ ଏବେ ଜନବସତି ମୁହାଁ ହୋଇଛି । ଫଳସ୍ୱରୁପ ବାଘ-ମଣିଷ ଲଢେଇ ଏବେ ଭୟଙ୍କର ରୂପ ନେଇଛି । ବିଶେଷ କରି ଅଭୟାରଣ୍ୟ ବାହାରେ ଥିବା ବାଘ ସୁରକ୍ଷିତ ନୁହଁନ୍ତି । ଯାହାର ପରିଣତି ସ୍ୱରୂପ ଶିକାରୀ ଗୁଳିରେ ବାଘର ମୃତୁ୍ୟ ଘଟୁଛି । କେବଳ ଏତିକି ନୁହେଁ ବାଘ ଚମଡା, ନିଶ, ନଖ ପାଇଁ ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ବାଘ ରହିଛି । ଆମ ରାଜ୍ୟରେ କଲରାପତରିଆ ବାଘ ଶିକାର ଏବେ ଗଣମାଧ୍ୟମର ଶିରୋନାମା ପାଲଟିଛି । ବାଘ-ମଣିଷ ଲଢେଇ ଏବେ ଏହି ଜଙ୍ଗଲୀ ବିରାଡି ଜୀବନ ପ୍ରତି ଗୁରୁତର ଧମକ ସୃଷ୍ଟି କରିଛି । ବାଘ ସୁରକ୍ଷା ହିଁ କେବଳ ଦେଶରେ ଜଙ୍ଗଲ କ୍ଷୟ ରୋକିବା ସହ ସବୁଜିମା ସୃଷ୍ଟି କରିବାରେ ସହାୟକ ହୋଇପାରିବ । ବାଘ ସୁରକ୍ଷା ପାଇଁ ଉପଯୁକ୍ତ ଅର୍ଥ ବିନିଯୋଗ ସହ ତାଲିମପ୍ରାପ୍ତ ଉସôର୍ଗିକୃତ ଫିଲଡ୍ କର୍ମଚାରୀ ଆବଶ୍ୟକ ।
ସୌଭାଗ୍ୟ ରଞ୍ଜନ ମହାନ୍ତି,ମୋ:୭୯୭୮୬୬୬୪୦୩