ଆଉ ବଢିବନି ପାଚିକାମାନଙ୍କ ଦରମା : ମନ୍ତ୍ରୀ
ଭୁବନେଶ୍ୱର : ଆଉ ବଢିବନି ପାଚିକାମାନଙ୍କ ଦରମା । ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ସୂଚନା ମୁତାବକ, ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ପାଚିକା ଓ ସହାୟିକାମାନେ ଏକାଠି ହୋଇ ଲୋୟର ପିଏମଜିରେ ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ଦୁଇ ଦିନ ହୋଇଥିଲେ ମଧ୍ୟ ସେମାନେ ଆନ୍ଦୋଳନରୁ ଉଠିନଥିଲେ । ପାଚିକାଙ୍କ ଦରମା ବୃଦ୍ଧି ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପାଚିକାଙ୍କ ଦରମା ୨ ହଜାର ଟଙ୍କା ଥିଲା । ବିଜେପି ସରକାର ୧ ହଜାର ଟଙ୍କା ବୃଦ୍ଧି କରିବା ପରେ ଦରମା ୩ ହଜାର ଟଙ୍କା ହୋଇଛି । ସେମାନେ ଆଉ ଆନ୍ଦୋଳନକୁ ଆସିବାର ଆବଶ୍ୟକତା ନାହିଁ । ସବୁବେଳେ ଆନ୍ଦୋଳନରେ ବସିଲେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବ। ଦରମା ତ ବୃଦ୍ଧି ହେଲା, ପୁଣି ଆନ୍ଦୋଳନ ଠିକ ନୁହେଁ । ସବୁବେଳେ ଆନ୍ଦୋଳନ କରିବା ଉଚିତ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।