ଏସକର୍ଟ ଗାଡ଼ିରେ ଆହତ ଗଲେ ମେଡିକାଲ
ଭୁବନେଶ୍ୱର : ଜଗନ୍ନାଥ ସଡ଼କରେ ପୁରୀ ଅଣ୍ଡାଳସିଂ ମୁଖ୍ୟ ରାସ୍ତାରେ ଗୋଟିଏ ଟ୍ରକ ସହ ବାଇକ୍ ଧକ୍କା ହୋଇଥିଲା । ବାଇକ୍ ଚାଳକ ଆହତ ହୋଇ ରାସ୍ତାରେ ପଡ଼ିଥିବା ବେଳେ ସେଇ ବାଟ ଦେଇ ଆସୁଥିବା ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଏସକର୍ଟ ଗାଡ଼ି ସେଠାରେ ଅଟକି ଥିଲା । ପରିସ୍ଥିତି ଦେଖି ମନ୍ତ୍ରୀ ସଙ୍ଗେ ସଙ୍ଗେ ତାଙ୍କ ଏସକର୍ଟ ଗାଡ଼ିରେ ଆହତ ବାଇକ୍ ଚାଳକଙ୍କୁ ପୁରୀ ମେଡିକାଲ୍ ପଠାଇବାକୁ କହିଥିଲେ । ଆଉ ଶେଷରେ ତାଙ୍କ ଏସକର୍ଟ ଗାଡ଼ିରେ ହିଁ ଆହତଙ୍କୁ ମେଡିକାଲ୍ ପଠାଯାଇଥିଲା । ଏହାସହ ସେଠାରେ ଲୋକଙ୍କୁ ବୁଝେଇ ସୁଝେଇ ମନ୍ତ୍ରୀ ରାସ୍ତା ଗହଳି ହଟାଇଥିଲେ । ଆଉ ବିନା ଏସକର୍ଟ ଗାଡିରେ ମନ୍ତ୍ରୀ ଗଞ୍ଜାମ ଅଭିମୁଖେ ଯାଇଥିଲେ । ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ଉପସ୍ଥିତ ଲୋକମାନେ ଖୁବ୍ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ ରଥଯାତ୍ରା ନିମନ୍ତେ ପୁରୀରେ ସମନ୍ୱୟ ବୈଠକ ସାରି ମନ୍ତ୍ରୀ ଶ୍ରୀ ଜେନା ପୁରୀରୁ ଗଞ୍ଜାମ ଫେରୁଥିବା ବେଳେ ଅଣ୍ଡାଳସିଂ