ଆଜାଦ୍ ପ୍ରିମିଅମ ଲିଗ୍ ଇଲେଭେନ ଷ୍ଟାର ଚମ୍ପିଅନ

ବରୁଅାଁ:  ଯାଜପୁର ବ୍ଲକ୍ ଉପର ବରୁଆଁ ପଞ୍ଚାୟତ ଜଲସା ପଡ଼ିଆରେ ଆଜାଦ କ୍ରିକେଟ କ୍ଲ୍ଳବ୍ ଆନୁକୂଲ୍ୟରେ ଆଜାଦ୍ ପ୍ରିମିଅମ ଲିଗ ଅନୁଷ୍ଠିତ ହୋଇଯାଇଛି । ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଆନୁଷ୍ଠାନିକ ଭାବେ ଖେଳକୁ ଉଦ୍ଘାଟନ କରିଥିଲେ । ଜଗତପୁରର ଇଲେଭେନ ଷ୍ଟାର ଫାଇନାଲ ଖେଳରେ ବିଜୟୀ ହୋଇ ମୁଖ୍ୟ ଅତିଥି ଅବଦୁଲ କାଲାମଙ୍କ ଠାରୁ ଦଶ ହଜାର ସହ ଟ୍ରଫି ଗ୍ରହଣ କରିଥିଲେ । ଖେଳରେ ୧୬ଗୋଟି ଟିମ ଅଂଶଗ୍ରହଣ କରିଥିଲା ବେଳେ ସେକ ଅନ୍ୱର ହୁସେନ, ମୁସ୍ତାକ ରୁବାନୀ, ସେକ ଆଫସର ଖେଳକୁ ସହଯୋଗ କରିଥିଲେ । ଆମ୍ପୟାର ଭାବେ ଜୟଦେବ ମହାପାତ୍ର ଓ ତାସୁଜ ରୁବାନୀ ଖେଳ ପରିଚାଳନା କରିଥିଲେ । ସ୍କୋରର ଭାବେ ଏସଏମ ରୁବାନୀ ନିୟୋଜିତ ଥିଲେ ।