ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ
ଭଦ୍ରକ: ଆଗାମୀ ୭୬ତମ ସାଧାରଣତନ୍ତ୍ର ଦିବସ-୨୦୨୫କୁ ଭଦ୍ରକ ଜିଲ୍ଲାସ୍ତରରେ ପାଳନ କରାଯିବା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଅତିରିକ୍ତ ଏସ୍.ପି.ଡ଼ି.ଆଇ.ବି. ଅଂଶୁମାନ ଦ୍ୱିବେଦୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦ୍ୱାରା ଗତବର୍ଷ ପାଳନ ପ୍ରସ୍ତୁତି ବୈଠକର ବିବରଣୀ ଉପସ୍ଥାପନ ଆଧାରରେ ଆଲୋଚନା କରାଯାଇ ବୈଠକର ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଉକ୍ତ ଉସôବ ପାଳନ ଉପଲକ୍ଷେ ଉକ୍ତ ଦିନ ପ୍ରତୁ୍ୟଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଭଦ୍ରକ ପୌରପାଳିକା ଅଞ୍ଚଳରେ ରାମଧୂନ ପରିକ୍ରମା କରାଯିବ । ସକାଳ ୬ଟା ୩୦ରେ ପ୍ରଭାତଫେରୀ ୭ଟାରେ ବିଭିନ୍ନ ଅନୁଷ୍ଠାନରେ ପତାକା ଉତ୍ତୋଳନ କରାଯାଇ ଭଦ୍ରକ କଲେଜ ପଡ଼ିଆରେ ଜିଲ୍ଲାସ୍ତରୀୟ ଉସôବରେ ସକାଳ ଘ୮.୩୦ରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ଏହି ଦିବସ ପାଳନ ଉପଲକ୍ଷେ ପୂର୍ବରୁ ବକ୍ତୃତା, ଦେଶାତ୍ମବୋଧକ ସଂଗୀତ, କ୍ୱିଜ୍, ଚିତ୍ରାଙ୍କନ, ପ୍ରବନ୍ଧ ଆଦି ପ୍ରତିଯୋଗିତାମାନ ଆୟୋଜନ କରାଯିବା ପାଇଁ ଦିନ ଓ ସମୟ ଧାର୍ଯ୍ୟ କରାଗଲା । ପ୍ରଭାତଫେରୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଓ ସମ୍ମିଳିତ ପ୍ୟାରେଡ଼, ପ୍ୟାରେଡ଼୍ ପ୍ରତିଯୋଗିତା, ପ୍ୟାରେଡ଼ ପୂର୍ବାଭ୍ୟାସ, ପ୍ୟାରେଡ଼ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଟାଇକୋଣ୍ଡ କ୍ରୀଡ଼ା ପ୍ରଦର୍ଶନ ସମ୍ବନ୍ଧରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ, ଚିତ୍ରକଳା ପ୍ରଦର୍ଶନୀ, ଭିନ୍ନକ୍ଷମମାନଙ୍କୁ ଫଳ ବଣ୍ଟନ, କୁଷ୍ଠ କଲୋନୀ ଓ ଜରାଶ୍ରମରେ ମଧ୍ୟାହ୍ନ ଭୋଜନ ପ୍ରଦାନ, ଆଦି କାର୍ଯ୍ୟକ୍ରମ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇ ପ୍ରାୟୋଜକ ଓ ପୃଷ୍ଠପୋଷକଭାବେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ମତାମତ ଗ୍ରହଣ କରାଯାଇଥିଲା ।
ରାଷ୍ଟ୍ରୀୟ ଉସôବ ପାଳନ ମିଟିର ସଦସ୍ୟ ଭାବେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଗଣମାଧ୍ୟମ ପ୍ରତିନିଧି, ମାନ୍ୟଗଣ୍ୟ ବିଶିଷ୍ଟ ବ୍ୟକ୍ତି ଏହି ବୈଠକରେ ଉପସ୍ଥିତ ଥିଲେ । ତ୍ୟାଗଭୂମି ମହୋସôବର ସଭାପତି ଅଜୟ କୁମାର ନାୟକ ରାଷ୍ଟ୍ରୀୟ ଉସôବ ପାଳନ ନିମନ୍ତେ ଆଗକୁ ଭଦ୍ରକ କଲେଜ ପଡ଼ିଆ ବଦଳରେ ସ୍ଥାୟୀ ଭାବେ ପ୍ରଶାସନ ତରଫରୁ ବିକଳ୍ପ ଜାଗା ସ୍ଥିର କରିବାକୁ ବୈଠକରେ ପ୍ରସ୍ତାବ ପ୍ରଦାନ କରିଥିଲେ ।