ହେମଲତାଙ୍କୁ ମହିଳା ଶାନ୍ତି ଦୂତ ପୁରସ୍କାର
ମାଲକାନଗିରି : ଭୁନେଶ୍ୱର ସ୍ଥିତ ନୁ୍ୟ ମେରିଆନ ହୋଟେଲରେ ମା ଘର ଫାଉଣ୍ଡେସନ ଓ ଏସ୍.ଏସ୍.ହେଚ. ମେଡିକାଲ ଗ୍ରୁପ ପକ୍ଷରୁ ବିଶ୍ୱ ମାତୃ ଦିବସ ପାଳନ ଅବସରରେ ଆୟୋଜିତ ଏକ ଉସôବରେ ମାଲକାନଗିରିର ମହିଳା ସମ୍ବାଦିକା ଡି. ହେମଲତାଙ୍କୁ ଉମେନ୍ସ ପିକ୍ ମେକର ଆବାର୍ଡ (ମହିଳା ଶାନ୍ତିଦୂତ ପୁରସ୍କାର) ରେ ସମ୍ମାନୀତ କରା ଯାଇଛିା ।
ଓଡିଶା ରାଜ୍ୟପାଳ ହରିବାବୁ କୁମ୍ଭମପତିି, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କ୍ୟାବିନେଟ ମନ୍ତ୍ରୀ ଆଇନ ଓ ଅବକାରୀ ବିଭାଗ ପୃଥ୍ୱିରାଜ ହରିଚନ୍ଦନ, ଏଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଯୋଗ ଦେଇଥିବା ବେଲେ ମା ଘର ଫାଉଣ୍ଡେସନର ଅଧ୍ୟକ୍ଷା ଋତୁପୂର୍ଣା ମହାନ୍ତି ଓ ଏସ୍.ଏସ୍.ହେଚ୍ ମେଡିକାଲ ଅଧ୍ୟକ୍ଷା ସୁସ୍ମିତା ସାହୁ ଯୋଗ ଦେଇଥିଲେ । ଆଦିବାସୀ ଅଧୁ୍ୟସିତ ମାଓ ଅଞ୍ଚଳରେ ଖବର ସଂଗ୍ରହ କରିବା ସହ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାଲକାନଗିରିର ମହିଳା ସାମ୍ବାଦିକା ଡି ହେମଲତାଙ୍କୁ ସମ୍ମାନୀତ କରାଯାଇ ମହିଳା ଶାନ୍ତିଦୂତ ପୁରସ୍କାରରେ ସମ୍ମାନୀତ କରା ଯାଇଥିଲା । ମୁଖ୍ୟତଃ ଏହି ଅବସରରେ ରାଜ୍ୟ ପାଳ ଆଜି ବି ମହିଳା ମାନଙ୍କୁ ସଶସ୍ତ୍ରିକରଣର ଆବଶ୍ୟକତା ରହିଛି । ବର୍ତ୍ତମାନ ଚାଲିଥିବା ଅପରେସନ ସିନ୍ଦୁରରେ ଦୁଇ ମହିଳାଙ୍କ ଭୁମିକାକୁ ପ୍ରଶଂସା କରିବା ସହ ମହିଳାମାନେ ସଚେତନ ହେଲେ ଦେଶ ସଚେତନ ହେବ ଏବଂ ଏକ ସୁନ୍ଦର ରାଷ୍ଟ୍ର ଗଠନରେ ମହିଳାମାନଙ୍କର ଅବର୍ଣ୍ଣନୀୟ ଭୂମିକା ସମ୍ପର୍କରେ କହିଥିଲେ । ଏହି ଅବସରରେ ରାଜ୍ୟରେ ୧୦ ଜଣ ମହିଳା ଯେଉଁମାନେ ସମାଜସେବା, ସ୍ୱାସ୍ଥ୍ୟ ସେବା ଓ ମହିଳା ସଚେତନତା, ଶିକ୍ଷା ଓ ସାମ୍ବାଦିକତା ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାର ବିଭିନ୍ନ ବର୍ଗର ୧୦ଜଣ ମହିଳାଙ୍କୁ ପୁରସ୍କୃତ କରାଯାଇ ସମ୍ମାନୀତ କରା ଯାଇଥିଲା । ଏହି ଅବସରରେ ବହୁ ବୁଦ୍ଧିଜୀବି ଯୋଗ ଦେଇଥିଲେ । ଓଡିଶୀ ନୃତ୍ୟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା । ଏଥିସହ ବିଭିନ୍ନ ମହିଳା ସଚେତନତା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା । ଏହା ସହ ଅମୃତ ବଚନ ପଠନ କରା ଯାଇଥିଲା ।