ସଡ଼କ ସୁରକ୍ଷା ସଚେତନତା  

ଟମକା: ଝାଡେଶ୍ୱର ଜୁନିୟର କଲେଜ ଜାତୀୟ ସେବା ସଂସ୍ଥା ୟୁନିଟ୍ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ.ଅକ୍ଷୟ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଟମକା ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ ଉଦ୍ଘାଟନ କରିଥିଲେ । ଏହି ଅବସରରରେ +୨ କଳା ଓ ବିଜ୍ଞାନରେ ଅଧ୍ୟନରତ ବିଦ୍ୟାର୍ଥୀଙ୍କୁ ନେଇ ସଡକ ସୁରକ୍ଷା ସମ୍ବନ୍ଧିତ ବିଭିନ୍ନ ସ୍ଲୋଗାନ୍ ସହ ଏକ ସଚେତନତା ଶୋଭା ଯାତ୍ରାର ଆୟୋଜନ କରାଯାଇଲା । ଯାତାୟତ କରୁଥିବା ଗାଡି ମଟର ଏବଂ ବାଇକ୍ ଚାଳକଙ୍କୁ ଏହି ଅବସରରେ ସଚେତନତା ବାର୍ତା ପ୍ରଦାନ କରାଯାଇଥିଲା । ଟମକା ଥାନା ପକ୍ଷରୁ ହାବିଲ୍ଦାର ଶରତ ଜେନାଙ୍କ ସମେତ କଲେଜ ପକ୍ଷରୁ ଜାତୀୟ ସେବା ସଂସ୍ଥା ଅଧିକାରୀ ରଞ୍ଜନ ସାହୁ, ଅଧ୍ୟାପକ କ୍ଷିରୋଦ ଚନ୍ଦ୍ର ବେହେରା, ତୋଫାନ ଜେନା, ସଂଦୀପ ଦାଶ, ଗୋବର୍ଦ୍ଧନ ସାହୁ, ପାର୍ଥସାରଥୀ ବଳ, ବାଇଧର ସାହୁ, ସୁକାନ୍ତ ସାହୁ, ମନୋରଞ୍ଜନ ବିଶ୍ୱାଳ, ଅଧ୍ୟାପିକା ମିରାମ୍ବିକା ସାହୁ, ଇତିଶ୍ରୀ ମଲ୍ଲିକ, ଶିଲନପ୍ରଭା ନାୟକ, ସତ୍ୟଭାମା ସାହୁ, ସତ୍ୟଭାମା ମୁଖୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚଳନା କରିଥିଲେ ।
ଆନନ୍ଦପୁର: ସେହିପରି ଆନନ୍ଦପୁର ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । ଅଧ୍ୟକ୍ଷ ଡ. ନାରାୟଣ ମିଶ୍ର ଛାତ୍ରଛାତ୍ରୀଙ୍କ ଦ୍ୱାରା ବାହାରିଥିବା ଶୋଭାଯାତ୍ରାକୁ ଉଦ୍ଘାଟନ କରିଥିଲେ । ଶୋଭାଯାତ୍ରା କଲେଜ ପରିସରରୁ ବାହାରି ବ୍ରିଜଛକ ପର୍ଯ୍ୟନ୍ତ ଯାଇଥିଲା । ଯେଉଁମାନେ ହେଲମେଟ ନପିନ୍ଧି ଗାଡି ଚଲାଉଥିଲେ ସେମାନଙ୍କୁ ଚକୋଲେଟ ଦେଇ ହେଲମେଟ ବ୍ୟବହାର କରିବା ପାଇଁ ବୁଝାଇଥିଲେ । ହେଲମେଟ ପିନ୍ଧିଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ସହିତ ଚକୋଲେଟ ଦେଇଥିଲେ । କାର୍ଯ୍ୟକ୍ରମରେ ଆନନ୍ଦପୁର ଥାନାର ପୁଲିସ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଯୁବ ରେଡକ୍ରସ, ଏନସିସି, ଏନଏସଏସ, ସ୍କାଉଟ ଏବଂ ଗାଇଡ଼ର ସ୍ୱେଛାସେବୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଯୁବ ରେଡକ୍ରସର ଉପଦେଷ୍ଟା ଭଗବାନ ସାହୁ, ପୂର୍ଣାନନ୍ଦ ପାର୍ଥସାରଥି ଶଙ୍ଖୁଆ,ପ୍ରଫୁଲ୍ଲ କୁମାର ପଣ୍ଡା, ଶିବଚରଣ ବେହେରା, ସଂଘମିତ୍ରା ରାଉତ, ଏନଏସଏସ ଅଧିକାରୀ ଓଜେଲ ପଟନାୟକ, ମଧୁସ୍ମିତା ସାହୁ,ଏନସିସି ଅଧିକାରୀ ରଘୁଦୀପ୍ତି ନାୟକ ଏବଂ ଗୀତାଞ୍ଜଳି ନାୟକ, ପ୍ରାଧ୍ୟାପକ ଶ୍ରୀକାନ୍ତ ପଟେଲ, ଦୟାନିଧି ନାୟକ ବିଶ୍ୱଜିତ ରାଉତ, କେଶବ ଜେନା, ନିରଞ୍ଜନ ସେଥି, ସତ୍ୟ ନାୟକ, ଲଷ୍ମୀଧର ପାତ୍ର, ସବିନାଆରା ବେଗମ, ଶ୍ରୀଲେଖା ସାହୁ, ସତ୍ୟବାନ ସେଥି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।