ରାଇପୁର ବନ୍ଧମୁଣ୍ଡା ସେତୁରୁ ଉଠିଲାଣି ଗୋଡି

  ବରୀ :  ବରୀ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ବରୀ ବ୍ଲକ ଅଧିନ ଭଅଁରା ପଞ୍ଚାୟତର ଖରସ୍ରୋତା ନଦୀ ଉପରେ ରାଇପୁର ଠାରେ ନିର୍ମିତ ହୋଇଥିବା ରାଇପୁର-ବନ୍ଧମୁଣ୍ଡା ସେତୁ ରାସ୍ତାରୁ ଉଠି ଗଲାଣି ଗୋଡି ବାଲି । ପୋଲ ଉପରେ ଲୋକମାନେ ଚାଲି ଚାଲି ଯାଉଥିବା ସମୟରେ ପାଦରେ ଗୋଡି ଫୁଟି ଯାଉଛି । ପୋଲରେ ନିର୍ମିତ ହୋଇଥିବା ବାଢା ଗୁଡିକର ବହୁତ ସ୍ଥାନରେ ରଡ୍ ଦେଖା ହେବା ସହିତ ରଙ୍ଗ ଉଠି ପ୍ଲାଷ୍ଟର ସବୁ ଝଡି ଯାଉଥିବାର ଦେଖାଯାଇଛି । ପୂର୍ତ ବିଭାଗ ଅଧିନରେ ରହିଥିବା ଏହି ସେତୁ ଖୁବ୍ କମ୍ ଦିନ ଭିତରେ ଏଭଳି ଅବସ୍ଥା । ସେତୁରେ ଭଅଁରା, ବୋଦୁଅ, ଛତିଶଦେବିଲ, ବଡସୁଆର, ଗୁହାଳି ପଂଚାୟତ ସମେତ ନିକଟସ୍ଥ ବହୁ ଅଂଚଳର ଲୋକେ ଏହି ସେତୁ ରାସ୍ତା ଦେଇ ଦୈନିନ୍ଦିନ ବହୁ ଗାଡି ଘୋଡା ନେଇ ଯିବା ଆସିବା କରୁଛନ୍ତି । ପୂର୍ତ୍ତ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ସେତୁଟିର ମରାମତି କରିବା ପାଇଁ ସାଧାରଣରେ ଦାବି ହୋଇଛି ।